ତାଇଓ୍ଵାନ ଉପରେ ହମଲା କରିବାକୁ ଯେଉଁ ଟ୍ୟାଙ୍କ ଉପରେ ଥିଲା ଚୀନର ଭରସା, ତାହା ପିଏଲଏକୁ ପାଣିରେ ବୁଡାଇ ଦେଲା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | August 16, 2020 IST

ବେଜିଂ ୧୬।୦୮: ଚୀନ ଏସିଆର ବିଶେଷ କରି ଦକ୍ଷିଣ ଚୀନ ସାଗରର ଅନେକ କ୍ଷେତ୍ରକୁ ନିଜର ବୋଲି ଦାବି କରୁଛି ଏବଂ ସେଠାରେ ସାମରିକ ଶକ୍ତିର ବି ପ୍ରଦର୍ଶନ କରୁଛି। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚୀନର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ମୁଖା ଖୋଲି ଦେଇଛି। ସାମାଜିକ ଗଣମାଧ୍ୟମରେ ସେୟାର ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ପିଏଲଏର ଆମ୍ପିବିୟସ ଟ୍ୟାଙ୍କ ଯାହା ଉଭୟ ସ୍ଥଳ ଏବଂ ପାଣିରେ ମଧ୍ୟ ଗତି କରିପାରେ, ସେହି ଟ୍ୟାଙ୍କ ନିଜେ ପାଣିରେ ବୁଡି ଯାଉଛି। କୁହାଯାଉଛି ଯେ ଜଳ ପଥ ଦେଇ ଚୀନ ତାଇଓ୍ଵାନକୁ ନିଶାଣ କରିବାକୁ ଲକ୍ଷ୍ୟ ରଖିଥିଲା। ଏବେ ଏହି ଭିଡିଓ ପିଏଲଏର ଯୁଦ୍ଧାସ୍ତ୍ରର ଗୁଣବତ୍ତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।

ଏହି ଆମ୍ପିବିୟସ ଟ୍ୟାଙ୍କର କାମ ପାଣି ଭିତରେ ଛପି ଶତ୍ରୁକୁ ଅପେକ୍ଷା କରିବା ଏବଂ ଆବଶ୍ୟକ ପଡିଲେ ଅଚାନକ ହମଲା କରିବା କିମ୍ବା ସନ୍ଦିଗ୍ଧ ଜାହାଜକୁ ନଦୀ ପାର କରିବାକୁ ରୋକିବା। ଏବେ ଅଭିଯୋଗ ହେଉଛି ଏହି ଟ୍ୟାଙ୍କ ଠିକାର ମାନଦଣ୍ଡ ଓଲଟା ନିମ୍ନମାନର ପତଳା ଏବଂ ଦୁର୍ବଳ ଷ୍ଟିଲରେ ନିର୍ମାଣ କରାଯାଇଛି। ଯେଉଁ କାରଣରୁ ଟ୍ୟାଙ୍କ ପାଣିରେ ବୁଡିଗଲା। ଚୀନର ପିପୁଲ୍ସ ଲିବେରେସନ ଆର୍ମିର ଉପକରଣର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

wp:html /wp:html

ଦକ୍ଷିଣ ଚୀନ ସାଗରରେ ଚୀନର କାହିଁକି ରହିଛି ନଜର ?

ଦକ୍ଷିଣ ଚୀନ ସାଗରରେ ଯେଉଁ କ୍ଷେତ୍ର ଉପରେ ଚୀନର ଟେଢା ନଜର ରହିଛି ତାହା ଖଣିଜ ଓ ଉର୍ଜା ସଂପଦରେ ଭରି ରହିଛି। ଚୀନର ଅନ୍ୟ ଦେଶ ସହିତ ଦକ୍ଷିଣ ଚୀନ ସାଗରରେ ବିବାଦ କେବେ ତୈଳ, କେବେ ଗ୍ୟାସ୍ ତ କେବେ ମାଛ ଧରାକୁ ନେଇ ହୋଇଛି। ଚୀନ ଏକ ‘ୟୁ’ ସେପର ‘ନାଇନ ଡ୍ୟାସ୍ ଲାଇନ’ର ଆଧାରରେ କ୍ଷେତ୍ର ଉପରେ ନିଜର ଦାବି ଜାହିର କରୁଛି। ଏହାରି ଅନ୍ତର୍ଗତରେ ଭିଏତନାମର ଏକ୍ସକ୍ଲୁସିଭ୍ ଇକୋନୋମିକ ଜୋନ୍, ପରାସଲ ଟାପୁ, ସ୍ପ୍ରେଟଲୀ ଟାପୁ, ବ୍ରୁନେ, ମାଲେସିଆ, ଇଣ୍ଡୋନେସିଆ, ଫିଲିପିନ ଓ ତାଇଓ୍ଵାନର ଏକ୍ସକ୍ଲୁସିଭ୍ ଇକୋନୋମିକ ଜୋନ୍ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.