Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପୂର୍ବତନ ଆଇଏଏସ, ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ କ’ଣ ଅଛି ଏଥିରେ

19/12/2018 at 3:42 PM

ଭୁବନେଶ୍ବର ୧୯|୧୨: ବିଜେପିରେ ଯୋଗଦେଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀଙ୍କ ଏକ ଭିଡିଓକୁ ନେଇ ପଲିଟିକାଲ କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି । ଭିଡିଓରେ କିଛି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରୁଛନ୍ତି ଅପରାଜିତା । ଏଥିରେ ଅପରାଜିତା ଦଳ କାହିଁକି ବାରମ୍ବାର ହାରୁଛି ଏବଂ ଦଳରେ ଗୋଷ୍ଠୀ କନ୍ଦଳ କର୍ମୀଙ୍କ ଉପରେ ପ୍ରଭାବ ପକାଉଥିବା ମଧ୍ୟ କହୁଛନ୍ତି । ଯେଉଁମାନେ କହୁଛନ୍ତି ଯେ ସେମାନେ ଦଳରେ ୟା ଲୋକ ତା ଲୋକ ସେମାନେ ଦଳ ଛାଡିଦେବା ଉଚିତ୍ ବୋଲି ସିଧା ଶୁଣାଇଛନ୍ତି ଅପରାଜିତା । ଦଳରେ ନୂଆ କରି ଯୋଗଦେଇଥିବା ଅପରାଜିତା ଦଳର ପୁରୁଣା କର୍ମୀଙ୍କୁ ଏତେ କଡା ଭାଷା କହିବାକୁ ନେଇ ଉଠିଛି ଚର୍ଚ୍ଚା । ଦଳର ଏହା ମନୋବଳ ବଢାଇବ ନାଁ ଦଳୀୟକର୍ମୀଙ୍କୁ ଉତ୍ସାହ ଦେବ ସେ ନେଇ ଚାଲିଛି ଚର୍ଚ୍ଚା । 

ଅନ୍ୟପଟେ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ଆମେ ଭିଡିଓ ଦେଖିନୁ ଦେଖିଲା ପରେ ଯାହା ପ୍ରତିକ୍ରିୟା ଦେଇପାରିବୁ ।

ନଭେମ୍ବର ୨୭ତାରିଖରେ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସ୍ବତନ୍ତ୍ର ଉତ୍ସବରେ ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ । ବିଜେପିରେ ଯୋଗଦେବା ପରଠୁ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଠିକ୍ ତାଳମେଳ ରହୁନଥିବା ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା । ମୁଖ୍ୟତଃ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଟଣାଓଟରା ରହିଥିବା କୁହାଯାଉଛି । ଏପରିକି ଓଡିଶା ଲୋକ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ଅପରାଜିତା ନିଜ ଫେସବୁକ୍ ପେଜ୍ ରେ ଏକ ଓପିନିୟନ ପୋଲ୍ ମଧ୍ୟ କରିଥିଲେ । ଏହାକୁ ନେଇ ବିବାଦ ଉଠିବା ପରେ ଅପରାଜିତା ତାକୁ ଡିଲିଟ କରିଥିଲେ ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ତାରିଖରେ ବିଜେପିରେ ଯୋଗଦେଇଥିଲେ ଅପରାଜିତା ଷଡଙ୍ଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଆଭିମୁଖ୍ୟ ପ୍ରତି ଆକର୍ଷିତ ହୋଇ ରାଜନୀତିକୁ ଆସିଥିବା ସେ କହିଥିଲେ । ପ୍ରଶାସନ ଏକ ସୀମିତ କ୍ଷେତ୍ର, ରାଜନୀତି ବଡ ପ୍ଲାଟଫର୍ମ । ଏକ ସାଧାରଣ କର୍ମୀ ହିସାବରେ ଯୋଗ ଦେଇଛନ୍ତି ବୋଲି ସେକହିଥିଲେ । ତାଙ୍କ ଭିତରେ ବହୁ ସକାରାତ୍ମକ ଆତ୍ମବିଶ୍ବାସ ରହିଛି । ଏକ ଟିମ୍ ଭାବେ କାମ କରି ସଫଳତା ପାଇବୁ ବୋଲି ଅପରାଜିତା କହିଥିଲେ। ମହିଳାମାନଙ୍କ ପାଖରେ ଅନେକ ଲୁକ୍କାୟିତ ଶକ୍ତି ରହିଛିତାହାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିବେ।

୧୯୯୪ ବ୍ୟାଚ୍ ର ଆଇଏଏସ ଅଧିକାରୀ ହେଉଛନ୍ତି ଅପରାଜିତା ଷଡଙ୍ଗୀ । ସେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତି ଆସିଛନ୍ତି । ରାଜଧାନୀର ସୌନ୍ଦର୍ଯ୍ୟକରଣ କରିବା, ଶିକ୍ଷୟିତ୍ରୀମାନଙ୍କ ପାଇଁ ଡ୍ରେସକୋଡ ସହ ଯେଉଁ ବିଭାଗକୁ ସିଏ ଯାଇଛନ୍ତି ସେଠାରେ ସାଧାରଣ ଲୋକଙ୍କ ଆଶା ମୁତାବକ ନିଷ୍ପତ୍ତି ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଅପରାଜିତା ।

   Related Posts