‘ବଗ’ ଓ ‘ଗଧ’ ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି “ଡବଲ୍ ଶଂଖ ହଜାରେ”

Published By : Prameya-News7 Bureau | April 26, 2019 IST

ପଟ୍ଟାମୁଣ୍ଡାଇ ୨୬|୪: ସବୁ ରାଜନୈତିକ ଦଳର ଫୋକସରେ ଏବେ କେନ୍ଦ୍ରାପଡା ଜିଲ୍ଲା ରହିଛି । ଏବେ ଭୋଟରଙ୍କ ଭିତରେ ‘ବଗ’ ଓ ‘ଗଧ’ ଉପାକ୍ଷାନ ବେଶ ଭାଇରାଲ ହେଉଥିବାବେ ଜବଲ ଶଂଖ ହଜାରେ ନାଁରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବକ ୫୦୦ଟଙ୍କିଆ ନୋଟ ବିଡା ଧରି ଡବଲ ଶଂଖ ହଜାରେ ବୋଲି ଡାକରା ଦେଉଥିବା ଦେଖିବାକୁ ମିଳିଛି । ଯଦିଓ ଏହି ଯୁବକଙ୍କ ପରିଚୟ ମିଳି ନାହିଁ ତେବେ ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ଏହା ନିଃସନ୍ଦେହ । ନିର୍ବାଚନ ସମୟରେ ଭୋଟରଙ୍କୁ ବିଭ୍ରାନ୍ତ କରିବା ବା କୌଣସି ରାଜନୈତିକ ଦଳକୁ ବଦନାମ କରିବା ନିଶ୍ଚୟ ଗର୍ହିତ ଅପରାଧ । ଅବଶ୍ୟ ଏବେ ବିଭିନ୍ନ ନିର୍ବାଚନମଣ୍ଡଳିରେ ପ୍ରବଳ କଳା ଟଙ୍କା କାରବାର ହେଉଥିବା ମଧ୍ୟ ନଜରକୁ ଆସୁଛି । ଫ୍ଲାଇଁ ସ୍କାର୍ଡ ଚଢଉ କରି ବିଭିନ୍ନ ସ୍ଥାନରୁ କୋଟି କୋଟି ଟଙ୍କା ଜବତ କରିଛି ।

କେନ୍ଦ୍ରାପଡା ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀଙ୍କ ମଧ୍ୟରେ ଯୋରଦାର ଟକ୍କର ହେଉଛି । ବିଶେଷ କରି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳି ଉପରେ ସମସ୍ତଙ୍କ ଅଧିକ ଫୋକସ ରହିଛି । କେନ୍ଦ୍ରାପଡା ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ଆସନ୍ତା ୨୯ ତାରିଖରେ ଭୋଟ ହେଉଥିବାବେଳେ କେବଳ ପାଟକୁରା ଆସନ ପାଇଁ  ଆସନ୍ତା ମେ ୧୯ ତାରିଖରେ ଭୋଟ ହେବ । ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁଁ ଏଠାରେ ନିର୍ବାଚନ ଘୁଞ୍ଚିଛି ।

କେନ୍ଦ୍ରାପଡାରେ ଭୋଟର କାହାକୁ ବୋଟ ଦେବେ ସେ ନେଇ ଅଗ, ବଗ, ଅଶ ଓ ଗଧ ଭଳି ବହୁ କୋର୍ଡ ୱାର୍ଡ ଭାଇରାଲ ହେବାରେ ଲାଗିଛି । ବଗ ଅର୍ଥାତ ବୈଜୟନ୍ତ ପଣ୍ଡା ଓ ଗଣେଶ୍ବର ବେହେରା ଓ ଗଧ ଅର୍ଥାତ ଗଣେଶ୍ବର ବେହେରା ଓ ଧରଣୀଧର ନାୟକ, ଅଗ ଅର୍ଥାତ ଅନୁଭବ ଓ ଗଣେଶ୍ବର ଏବଂ ଅଶ ଅର୍ଥାତ ଅନୁଭବ ଏବଂ ଶଶୀଭୂଷଣ ଏବଂ ବୋଲି କୁହାଯାଉଛି । ଏହି ସମୟରେ ଡବଲ ଶଂଖ ହଜାରେ ଭାଇରଲ ହେବା ପୋଲିସ, ପ୍ରଶାସନ ଓ ନିର୍ବାଚନ ଅଧିକାରୀଙ୍କ ପାଇଁ ଏକ ଆହ୍ବାନ ହୋଇଛି ।

wp:core-embed/youtube {"url":"https://www.youtube.com/watch?v=TyWvn_LCCws","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=TyWvn_LCCws
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.