Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦାନ୍ତେଓ୍ବାଡାର ଆରନପୁରରେ ନକ୍ସଲ ଆକ୍ରମଣରେ ତିନିଜଣ ଶହିଦ ହେବା ପଛର ମୁଖ୍ୟ କାରଣ ଜଣେ ଯବାନଙ୍କ ବନ୍ଧୁକ କାମ ନକରିବା

1/11/2018 at 4:02 PM

ଜଗଦଲପୁର ୧|୧୧: ଗତ ମଙ୍ଗଳବାର ଛତିଶଗଡର ଦାନ୍ତେଓ୍ବାଡାର ଆରନପୁରରେ ନକ୍ସଲ ଆକ୍ରମଣରେ ସିଆରପିଏଫ ଏସଆଇ ରୁଦ୍ରପ୍ରତାପ, ଆସିଷ୍ଟାଣ୍ଟ କନଷ୍ଟେବଳ ମଙ୍ଗଳୁଙ୍କ ସହ ସଦିହ ହୋଇଥିଲେ ଦୂରଦର୍ଶନର କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ । ଆକ୍ରମଣରେ ଆଉ ୨ ଜଣ ଯବାନ ଆହତ ମଧ୍ୟ ହୋଇଥିଲେ । ପରେ ଆଉ ଜଣେ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଶହିଦ ହୋଇଛନ୍ତି । ଆଉ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ରିପୋର୍ଟର ଧୀରଜ କୁମାର ଏବଂ ଲାଇଟ୍ ଆସିଷ୍ଟାଣ୍ଟ ମୟୂର ମୁକୁଟ ଶର୍ମା । ଏମାନଙ୍କ କହିବା ଅନୁସାରେ ନକ୍ସଲମାନେ ତିନିଜଣଙ୍କ ଜୀବନ ନେବାରେ ସକ୍ଷମ ହେବା ପଛର କାରଣ ହେଉଛି ଜଣେ ଯବାନଙ୍କ ବନ୍ଧୁକ କାମ ନକରିବା ।

ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା  ଦୁଇ ସାମ୍ବାଦିକ ଏହି ନୂଆ କଥା ପ୍ରକାଶ କରିଛନ୍ତି । ଦୁଇ ଜଣ କହିଛନ୍ତି ଯେ, ନକ୍ସଲଙ୍କ ଆକ୍ରମଣ ବେଳେ ଗୁଳିମାଡରେ କେତେ ଜଣ ଆହତ ହୋଇଯାଇଥିଲେ । ମାତ୍ର କେହି ସହିଦ ହୋଇନଥିଲେ । ରାସ୍ତା ଉପରେ ପଡିଥିବା ଜଣେ ଯବାନ ମାଓବାଦୀମାନଙ୍କ ଉପରେ ଗୁଳି ଚଳାଉଥିଲେ । ମାତ୍ର ଅଚାନକ ତାଙ୍କ ବନ୍ଧୁକ ଖରାପ ହୋଇଯାଇଥିଲା । ଫଳରେ ଆହତ ହୋଇଥିବା ଯବାନ ଏବଂ କ୍ୟାମେରାମ୍ୟାନଙ୍କ ପାଖକୁ ମାଓବାଦୀ ମାନେ ଆସିବାକୁ ମୌକା ପାଇଯାଇଥିଲେ । ସେମାନେ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ଏବଂ ଦୁଇ ଯବାନଙ୍କୁ ଛୁରୀ ମାରିଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଯେତେବେଳେ ନକ୍ସଲମାନେ ଏଭଳି କାଣ୍ଡ ଘଟାଉଥିଲେ ସେମାନେ ସେତେବେଳେ ଏକ ଗାଢ ମଧ୍ୟରେ ଲୁଚି ଏସବୁକୁ ଦେଖୁଥିଲେ ।ବଂଚିଯାଇଥିବା ସାମ୍ବାଦିକଙ୍କ ଏହି ବିବୃ୍ତ୍ତି ଏବେଯବାନମାନଙ୍କୁ ଯୋଗାଯାଉଥିବା ଅସ୍ତ୍ରଶସ୍ତ୍ରର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନକ୍ସଲଙ୍କ ଆକ୍ରମଣରେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ରାୟପୁରରେ ଚିକିତ୍ସାଧିନ ଅବସ୍ଥାରେ ଯବାନ ରାକେଶ କୌଶଳଙ୍କ ମୃତ୍ୟୁ ହୋଇଯାଇଛି ।

ଦିଲ୍ଲୀରୁ ଦୂରଦର୍ଶନର ରିପୋର୍ଟର ଧୀରଜ କୁମାର, କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ, ଲାଇଟ୍ ଆସିଷ୍ଟାଣ୍ଟ ମୟୁର ମୁକୁଟ ଶର୍ମା ନିର୍ବାଚନ କଭରେଜ ପାଇଁ ଛତିଶଗଡ ଦନ୍ତେଓ୍ବାଡାକୁ ଯାଇଥିଲେ । ତେବେ ନିର୍ବାଚନ ପୂର୍ବରୁ ଆରନପୁର-ଦାନ୍ତେୱାଡ଼ା ରାସ୍ତାରେ ଫ୍ଲାଗ୍ ମାର୍ଚ୍ଚ କରୁଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ସହ ଏହି ତିନି ଜଣ କଭରେଜ ପାଇଁ ଯିବାବେଳେ ଆରନପୁର ନିକଟରେ ସିଆରପିଏଫ୍ ଯବାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ମାଓବାଦୀ ।ମାଓବାଦୀଙ୍କ ଗୁଳିରେ ଟଳିପଡିଥିଲେ ଦୁଇ ଜଣ ଯବାନଙ୍କ ସହ ଅଚ୍ୟୁତାନନ୍ଦ ସାହୁ ।

ନିଜର ଦୁଇ ସହଯୋଗୀ ଏବଂ ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ପରେ ମଧ୍ୟ ଧୈର୍ଯ୍ୟ ଏବଂ ସାହସ ହରାଇ ନଥିଲେ ସୁରକ୍ଷାକର୍ମୀ । ରାସ୍ତାକଡ଼ ଖାଲ ଆଢୁଆଳରେ ଅନ୍ୟ ଦୁଇ ସାମ୍ବାଦିକଙ୍କୁ ଲୁଚାଇ ଦେଇ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସୁରକ୍ଷାକର୍ମୀ । ନକ୍ସଲଙ୍କ ଗୁଳିରେ ଭିଡିଓ ଜର୍ଣ୍ଣାଲିଷ୍ଟ ଅଚ୍ୟୁତାନନ୍ଦ ସାହୁ ପ୍ରାଣ ହରାଇବା ପରେ ଲାଇଟ୍ ଆସିଷ୍ଟାଣ୍ଟ୍ ମୟୁର ମୁକୁଟ ଶର୍ମା ଏବଂ ରିପୋର୍ଟର୍ ଧୀରଜ କୁମାରଙ୍କ ଜୀବନ କେମିତି ବଞ୍ଚାଇବେ ସେଥି ପାଇଁ ସୁରକ୍ଷାକର୍ମୀ ସବୁ ପ୍ରଚେଷ୍ଟା କରିଥିଲେ । ଏକେ-୪୭ ରାଇଫଲ୍ ଧରି ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକଙ୍କ ଜୀବନ ବଞ୍ଚାଇବାକୁ ଫୁଲ୍ ଦମରେ ଲାଗି ପଡିଥିଲେ ସୁରକ୍ଷାକର୍ମୀ ।  ସୁରକ୍ଷାକର୍ମୀଙ୍କ ଯୋଗୁଁ ରିପୋର୍ଟର୍ ଧୀରଜ କୁମାର ଏବଂ ଲାଇଟ୍ ଆସିଷ୍ଟାଣ୍ଟ ମୟୁର ମୁକୁଟ ଶର୍ମା ବଞ୍ଚି ଯାଇଛନ୍ତି ।

ଆକ୍ରମଣ ଚାଲିଥିବାବେଳେ ଦୂରଦର୍ଶନର ଲାଇଟ୍ ଆସିଷ୍ଟାଣ୍ଟ ମୟୁର ମୁକୁଟ ଶର୍ମା ଏକ ଭିଡିଓ କରିଥିଲେ ଯାହା ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସେ ଅତ୍ୟନ୍ତ ସଙ୍କଟାପନ୍ନ ଭାବେ ତଳେ ପଡ଼ିଯାଇଥିଲେ। ମୃତ୍ୟୁକୁ ଅତି ନିକଟରୁ ଦେଖି ମଧ୍ୟ ସେ ତାଙ୍କ ଦମ୍ଭ ନ ହରାଇ ଭିଡିଓ ମାଧ୍ୟମରେ ତାଙ୍କ ମନର କଥା ଜଣାଇଥିଲେ । କେମିତି ସେମାନଙ୍କ ଉପରେ ନକ୍ସଲମାନେ କରିଥିଲେ ଅତର୍କିତ ଆକ୍ରମଣ । ଜୀବନରୁ ଆଶା ଛଡ଼ାଇ ଦେଇ ନିଜ ମାଆଙ୍କ ଉଦ୍ଦେଶ୍ୟରେ ଏହି ଭିଡିଓ ସୁଟିଂ କରିଥିଲେ । କହିଥିଲେ ମା ମୁଁ ତତେ ବହୁତ ଭଲପାଏ ।

   Related Posts