ମହିୟସୀଙ୍କୁ ଶହେ ସଲାମ: କର୍ତ୍ତବ୍ୟ ଆଗରେ ବନ୍ଧାପଡିଲା ମାତୃତ୍ୱ, ଛୁଆକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା ପୋଲିସ

Published By : Prameya-News7 Bureau | April 18, 2021 IST

ମଧ୍ୟପ୍ରଦେଶ,୧୮/୪: ମହାମାରୀ ସହ ଲଢୁଛି ସାରା ଦେଶ । ଏହି ଜୀବନ ଜୀବିକା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ କର୍ମଚାରୀ । ଡ୍ୟୁଟି କରିବା ପାଇଁ ଏମାନେ ନିଜର ପରିବାର ତଥା ସମ୍ପର୍କକୁ ପଛରେ ପକାଇ ଦେଉଛନ୍ତି । କର୍ତ୍ତବ୍ୟ ଆଗ, ବାକି ସବୁ ପଛ କରି ଲଢିଚାଲିଛନ୍ତି ମହାମାରୀ ସହ । ଏମିତି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଆସିଛି ମଧ୍ୟପ୍ରଦେଶରୁ । ଗୋଟିଏ ପଟେ କର୍ତ୍ତବ୍ୟ ଓ ଅନ୍ୟପଟେ ମାତୃତ୍ୱ । ଗୁନାରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସଙ୍କ ଏଭଳି ପ୍ରେରଣାଦାୟୀ କାମ ଏବେ ସୋସିଆଲ ମିଡିଆଲରେ ଘୁରି ବୁଲୁଛି । ଏହାକୁ ଦେଖିବା ପରେ ସମସ୍ତେ ଭୂରି ଭୂରି ପ୍ରଶଂସା କରିବାରେ ଲାଗିପଡିଛନ୍ତି ।

wp:gallery {"ids":[440155],"linkTo":"none"} /wp:gallery

ସୂଚନା ଯୋଗ୍ୟ ଯେ, ଗୁନାରେ ଜମେ ପୋଲିସ କନେଷ୍ଟବଳ ଭାବେ କାମ କରନ୍ତି ଦିପମ ଗୁପ୍ତା । ତେବେ କରୋନା ପାଇଁ ସବୁଠି ୧୪୪ ଜାରି ହୋଇଛି । ଫଳରେ ଲୋକଙ୍କ ସୁରକ୍ଷା ଦେବାକୁ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ ବାବୁମାନେ । ଦୀପମ ମଧ୍ୟ ସେଥିରୁ ଜଣେ । ତାଙ୍କର ପୁଅଟି ୨ ବର୍ଷର ହୋଇଥିବାରୁ ଘରେ ଛାଡି ଆସିବା ଅସମ୍ଭବ ହୋଇପଡିଥିଲା । ଫଳରେ ବାଧ୍ୟହୋଇ ପିଲାଙ୍କୁ ସାଙ୍ଗରେ ଆଣିବାକୁ ବାଧ୍ୟ ହୋଇଥିଲେ । ତେବେ ଆଶ୍ଚର୍ଯ୍ୟକର କଥା ପୋଲିସ ଡ୍ୟୁଟିରେ ଥାଇ ବି ସେ ଜଣେ ଭଲ ମାଆ ହେବାର କର୍ତ୍ତବ୍ୟ କରୁଛନ୍ତି । ପିଲାର ଖାଇବା ପିଇବା ଦାୟିତ୍ୱକୁ ସୂଚାରୁରୁପେ ତୁଲାଇଥାନ୍ତି ଦୀପମ ।
ସେପଟେ ପିଲାକୁ ଧରି ଡ୍ୟୁଟି କରୁଥିବା ଫଟୋ ଭାଇରାଲ ହେବା ଏସପିଙ୍କ ଦୃଷ୍ଟିଗୋଚର ହୋଇଥିଲା । ସଂଗେ ସଂଗେ ଦୀପମଙ୍କୁ ଫିଲ୍ଡ ଡ୍ୟୁଟିରୁ ବଦଳି କରି ଲାଇନ୍ ପୋଲିସରେ ପୋଷ୍ଟିଂ  କରିଛନ୍ତି । ବିଭିନ୍ନ ରାଜ୍ୟରେ ଅନେକ ମହିଳା କର୍ମଚାରୀ ମହାମାରୀ ସମୟରେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ କରୁଛନ୍ତି । କିନ୍ତୁ ପିଲାକୁ କୋଳରେ ଧରି ଡ୍ୟୁଟି କରୁଥିବା ଦୀପମଙ୍କ କର୍ତ୍ତବ୍ୟନିଷ୍ଠାକୁ ସବୁଠି ପ୍ରଶଂସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.