ଯୁବତୀଙ୍କ ସହ ୬ ଯୁବକ କଲେ ଗଣଦୁଷ୍କର୍ମ : ବିବାହର ୬ମାସ ପରେ ଦୁଷ୍କର୍ମ ଭିଡିଓ ହେଲା ଭାଇରାଲ୍, ତାପରେ…

Published By : Prameya-News7 Bureau | August 23, 2019 IST

ମଉ ୨୩|୮: ଉତ୍ତରପ୍ରଦେଶ ମଉରେ ଜଣେ ଯୁବତୀଙ୍କୁ ୬ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଲୋକ ଲଜ୍ଜା ଭୟରେ ପରିବାର ଲୋକ ଏ ସଂପର୍କରେ କାହାରିକୁ କିଛି କହିନଥିଲେ । ଯୁବତୀଙ୍କର ବିବାହ ଅନ୍ୟତ୍ର କରାଇଦେଲେ ପରିବାରଲୋକ । ବିବାହର ୬ ମାସ ପରେ ଯୁବତୀଙ୍କୁ ଦୁଷ୍କର୍ମ ବେଳର ଭିଡିଓ ଯୁବକମାନେ ଭାଇରାଲ କରିଦେଲେ । ଯାହା ଫଳରେ ପିଡୀତା ଏ ସଂପର୍କରେ ଥାନା ଅଭିଯୋଗ କରିଛନ୍ତି ।

ଘଟଣାଟି ଘୋସି କୋତବାଲିର ଏକ ଗାଁରେ ଘଟିଛି । ଏହି ଗାଁରେ ରହୁଥିବା ଜଣେ ଯୁବତୀଙ୍କ ସହ ୬ଜଣ ଯୁବକ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ଶୁଟ୍ କରିଥିଲେ । ଏ ଘଟଣା ସଂପର୍କରେ ପିଡୀତାଙ୍କ ପରିବାର ଲୋକ ଜାଣିଥିଲେ ମଧ୍ୟ ଲୋକ ଲଜ୍ଜା ଭୟରେ ଅଭିଯୋଗ କରିନଥିଲେ । ଘଟଣାକୁ ଲୁଚାଇବାକୁ ଯାଇ ପିଡୀତାଙ୍କ ପରିବାରଲୋକ ତାଙ୍କର ବିବାହ କରାଇଦେଇଥିଲେ ।

ଯୁବତୀଙ୍କ ବିବାହର ୬ମାସ ପରେ ଯୁବକମାନେ ପିଡୀତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଲେ । ଏମିତିକି ଭିଡିଓ ଯୁବତୀଙ୍କ ଶାଶୁଘର ଲୋକଙ୍କ ନିକଟରେ ମଧ୍ୟ ପହଞ୍ଚି ସାରିଥିଲା । ଫଳରେ ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରିଦେଲେ । ଏହାପରେ ପୀଡିତା ପୋଲିସ ନିକଟରେ ଘଟଣା ସଂପର୍କରେ କହିବା ସହ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.