Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଏବଂ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର: ଅମାନିଆ ସାବାଡ୍ ହେବେ କେମିତି ?

18/04/2020 at 8:03 PM

ଯାଜପୁର୧୮/୪: ଯାଜପୁରରେ ବିଡିଓ, ତହସିଲଦାରଙ୍କୁ ଆକ୍ରମଣ । କେବଳ ସେତିକି ନୁର୍ହେ ଜିଲ୍ଲାପାଳଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଛି। ରସୁଲପୁର ବ୍ଲକ ଗୋପୀନାଥପୁର ଗାଁରେ କରୋନା ସ୍ଥିତି ଅନୁଧ୍ୟାନ ବେଳେ ବିଡ଼ିଓ ଏବଂ ତହସିଲଦାରଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଜିଲ୍ଲାପାଳ ରଂଜନ ଦାସଙ୍କୁ ଛାଡି ନଥିଲେ ଦୁର୍ବୃତ୍ତ ।

ଜିଲ୍ଲାପାଳଙ୍କୁ ସଂଘବଦ୍ଧ ଭାବେ ଦୁର୍ବ୍ୟବହାର କରିଥିଲେ । କିଛି ଯୁବକ ଯୁବକ ମାସ୍କ ନ ପିନ୍ଧି ବାଇକରେ ବୁଲାବୁଲି କରୁଥିବା ଦେଖି ସେମାନଙ୍କୁ ଅଟାଇବାକୁ ଚେଷ୍ଟା କରିଥିଲେ ରସୁଲପୁର ବିଡିଓ ଓ ତହସିଲଦାର ।  ସେମାନଙ୍କ ପିଛା କରିବାକୁ ଯାଇ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ  ତୁରନ୍ତ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଯାଜପୁର ଏସ୍‌ପି। ଏହି ଘଟଣା ୩ ଜଣଙ୍କୁ ପୋଲିସ୍‌ ଅଟକ ରଖିଛି। ସବୁଠୁ ବଡ କଥା ହେଉଛି ଅଟକ ଅଟକ ଯୁବକମାନଙ୍କ ମଧ୍ୟରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ତାଙ୍କୁ କ୍ଵାରେଣ୍ଟଟାଇନରେ ରଖାଯିବ । ଆବଶ୍ୟକ ହେଲେ ଗୋପୀନାଥପୁର ଗାଁରେ ୧୪୪ ଧାରା ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କେବଳ ଯାଜପୁର ନୁହେଁ, ଆନନ୍ଦପୁରରେ ବି କରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ । କେନାଲରୁ ମାଛଧରୁଥିବା କିଛି ଲୋକ ଆଶା କର୍ମୀ ପୋଲିସକୁ ଖବର ଦେଇଥିବା ସନ୍ଦେହ କରି ତାଙ୍କ ଚୁଟି ଘୋଷାରି ପିଟିଛନ୍ତି । ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏ ନେଇ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି ।

   Related Posts