Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କୋଲକାତାରେ ପରିଦର୍ଶକଙ୍କ ଲାଗି ମଙ୍ଗଳବାର ଖୋଲିବ ଭିକ୍ଟୋରିଆ ମେମୋରିଆଲ

8/11/2020 at 10:20 PM

କୋଲକାତା ୮।୧୧:  କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅନ୍ତର୍ଗତ କୋଲକାତାର ୪ଟି ସଂଗ୍ରହାଳୟ ପୁଣି ପରିଦର୍ଶକଙ୍କ ଲାଗି ଉନ୍ମୁକ୍ତ ହେବ। ନଭେମ୍ବର ୧୦ ତାରିଖ ମଙ୍ଗଳବାର ଏହି ସବୁ ଐତିହ୍ୟ ସ୍ମାରକକୁ ପୁଣି ଖୋଲାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କରୋନା ଭାଇରସ ମହାମାରୀ ଲାଗି ଗତ ୮ ମାସରୁ ଊର୍ଦ୍ଧ୍ୱକାଳ ହେଲା ଏହି ସବୁ ସ୍ଥଳ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ଥିଲା।

ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ ନିର୍ମିତ  ଭିକ୍ଟୋରିଆ ମେମୋରିଆଲ ହଲ କୋଭିଡ ଏସଓପି ଅନୁସାରେ ପୁଣି ଥରେ ସର୍ବସାଧାରଣଙ୍କ ଲାଗି ଖୋଲିବ ବୋଲି କ୍ୟୁରେଟର ଜୟନ୍ତ ସେନଗୁପ୍ତା ରବିବାର ଗଣମାଧ୍ୟମକୁ କହିଛନ୍ତି। ଏଠାରେ ପ୍ରତିଦିନ ସକାଳ ୧୧ଟାରୁ ୫ଟା ପର୍ଯନ୍ତ ପର୍ଯ୍ୟଟକଙ୍କୁ ପରିଦର୍ଶନର ଅନୁମତି ମିଳିବ ବୋଲି ସେ ସୂଚିତ କରିଛନ୍ତି। ଏଥିଲାଗି ଟିକେଟ ପୂର୍ବ ଭଳି କାଉଣ୍ଟରରେ ମିଳିବା ସହ ସ୍ମାର୍ଟଫୋନ ୟୁଜର ଚାହିଁଲେ କ୍ୟୁଆର କୋଡ ସ୍କାନ କରି ମଧ୍ୟ ଅନଲାଇନରେ ଟିକେଟ୍ ନେଇ ପାରିବେ। ତେବେ ଆମେ ଅନଲାଇନ ଟିକେଟ୍‌ ବିକ୍ରିକୁ ଉତ୍ସାହିତ କରିବୁ ବୋଲି ସେନଗୁପ୍ତା କହିଛନ୍ତି।

ସେହିପରି ଭିକ୍ଟୋରିଆ ମେମୋରିଆଲ ଲନ୍‌କୁ ଏକକାଳୀନ ୫୦୦ ଲୋକଙ୍କୁ ଛଡାଯାଇପାରିବ। ତେବେ ସଂଗ୍ରହାଳୟ ମଧ୍ୟକୁ ୨୦୦ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯାଇପାରିବ ନାହିଁ। ସେହିପରି ମ୍ୟୁଜିୟମ ବୁଲିବାକୁ ଆସୁଥିବା ପ୍ରତିଟି ବ୍ୟକ୍ତିକୁ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ଦେଇ ଯିବାକୁ ପଡିବ। ଏହା ଛଡା ସମସ୍ତେ ସାମାଜିକ ଦୂରତ୍ୱ ମାନିବାକୁ ବାଧ୍ୟ ହେବେ ବୋଲି ସେନଗୁପ୍ତ ସୂଚନା ଦେଇଛନ୍ତି। ସେହିପରି ସାଇନ୍ସ ସିଟି ବିଜ୍ଞାନ ସଂଗ୍ରହାଳୟ ମଧ୍ୟ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗ ରାଜଧାନୀରେ ଖୋଲୁଥିବା କହିଛନ୍ତି ନିର୍ଦ୍ଦେଶକ ଏ.ଡି.ଚୌଧୁରୀ।

   Related Posts