ହାଇକୋର୍ଟଙ୍କ ନିର୍ଦ୍ଦେଶ: ୨୪ ସପ୍ତାହରେ ଗର୍ଭପାତ କରି ପାରିବେ ପୀଡିତା ନାବାଳିକା ​‌

Published By : Prameya-News7 Bureau | May 19, 2020 IST

ମୁମ୍ବାଇ୧୯/୫: ଯୌନ ଉତ୍ପୀଡନରେ ଶିକାର ହୋଇଥିବା ଜଣେ ନାବାଳିକା ୨୪ ସପ୍ତାହରେ ଗର୍ଭପାତ କରିପାରିବେ ବୋଲି ମୁମ୍ବାଇ ହାଇକୋର୍ଟ ଅନୁମତି ଦେଇଛନ୍ତି। ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ଗର୍ଭପାତ କରିବା ଲାଗି ନ୍ୟାୟମୂର୍ତ୍ତି ଏସ୍‌ ଜେ କାଠଓ୍ବାଲା ଅନୁମିତି  ପ୍ରଦାନ କରିଛନ୍ତି। ଏହି ରାୟ ଶୁଣାଣି ହେବା ପୂର୍ବରୁ ଜେଜେ ହସ୍ପିଟାଲରୁ ନାବାଳିକାଙ୍କ ସଂପର୍କରେ କିଛି ସୂଚନା କୋର୍ଟକୁ ଦିଆଯାଇଥିଲା। ପୀଡିତା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କୋର୍ଟ ଜାଣିବା ପରେ ମେ ୧୫ ତାରିଖରେ ସବିଶେଷ ତଥ୍ୟ ଦାଖଲ କରିବାକୁ ବିଚାପତି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଗର୍ଭପାତ କରିବା ଲାଗି ସେତେବେଳେ ଅନୁମତି ପ୍ରଦାନ କରିଥିଲେ ଯେତେବେଳେ ପୀଡିତା ଭିଡିଓ କନ୍‌ଫରେନ୍‌ସରେ ନିଜ ଯନ୍ତ୍ରଣା ସଂପର୍କରେ କହିଥିଲେ। ସେ କହିଥିଲେ, ଗର୍ଭବତୀ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ଆଡ଼କୁ ଗତି କରୁଛି। ଏହି କାରଣରୁ ପୀଡିତା ମାନସିକ ନିର୍ଯାତନା ଭୋଗୁଥିବା ସେ କହିଥିଲେ। ଆଗକୁ ଲମ୍ବା ରାସ୍ତା ପଡିଛି। ତାଙ୍କୁ ପାଠ ପଢ଼ିବାର ଅଛି। ତେଣୁ ଗର୍ଭପାତ କରିବା ଲାଗି ପୀଡିତା ଚାହୁଁଛନ୍ତି ।

ଭିଡିଓ କନଫରେନ୍ସଂରେ ପୀଡିତାଙ୍କ କଥା ଶୁଣିବା ପରେ କୋର୍ଟ ଗର୍ଭପାତ କରିବା ଲାଗି ଅନୁମତି ପ୍ରଦାନ କରିଥିଲେ। କୋର୍ଟ ନିଜ ଶୁଣାଣିରେ କହିଥିଲେ ଯେ, ପୀଡିତାଙ୍କ ଲମ୍ବା ଭବିଷ୍ୟତ ରହିଛି। ଗର୍ଭବତୀ କାରଣରୁ ପୀଡିତାଙ୍କ ଜୀବନ ଜଟିଳସ୍ଥିତିରେ ଗତି କରୁଛି। ସେ ଗର୍ଭପାତ କରିବା ଲାଗି ଚାହୁଁଛନ୍ତି ଯଦି ଜୋର ଜବରଦସ୍ତ ପିଲାକୁ ଜନ୍ମ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଏ ତେବେ ତାଙ୍କ ମାନସ୍ଥିତି ଉପରେ ପ୍ରଭାବ ପଡିବ। ତେଣୁ ନାବାଳିକାଙ୍କ ମାମଲା ଶୁଣାଣି ବେଳେ ଗର୍ଭପାତ କରିବା ଲାଗି କୋର୍ଟ ଅନୁମତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.