Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଚଳନ୍ତା କାର୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ! ୧୬୪ ଧାରାରେ ରେକର୍ଡ ହେବ ବୟାନ, ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

7/11/2019 at 4:19 PM

ଭୁବନେଶ୍ବର ୭।୧୧: ଖୋର୍ଦ୍ଧାରେ କାର୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ । ମେଡିକାଲ ରିପୋର୍ଟ ଆସିବା ପରେ ତଦନ୍ତର ଅଗ୍ରଗତି ହେବ ବୋଲି ଭୁବନେଶ୍ବର ଡିସିପି ।

ଅନ୍ୟପଟେ ପୀଡିତାଙ୍କୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ପୀଡିତାଙ୍କୁ ଭେଟିବା ପରେ କମିଶନ ଅଧ୍ୟା କହିଛନ୍ତି ଯେ, ପୀଡିତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ତଦନ୍ତ ପରେ ଯାହା କିଛି କହିହେବ ବୋଲି ସେ କହିଛନ୍ତି । ସେପଟେ ଘଟଣାରେ ଅଟକ ଥିବା ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପୁଅକୁ ଫସାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିଲା । ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି କାଲି ମଧ୍ୟ କାର୍  ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ । ସେହି କାର୍ ରେ ୩ ଜଣ ବସିଥିଲେ ବୋଲି ଯୁବତୀ ଜଣଙ୍କ କହିଥିଲେ । ଯୁବତୀ ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲେ । ଯୁବକମାନେ ପୋଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ ।

ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ । ପରେ ଏସପି ମଧ୍ୟ ହସପିଟାଲରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ । ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି । ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ । ଖଣ୍ଡଗିରି ଛକରୁ ଏକ ଭଡ଼ା କାର୍ ରେ ଆସୁଥିଲା ବେଳେ ବାଟରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ଭୁବନେଶ୍ବର କଳିଙ୍ଗ ନଗର ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଯୁବତୀ ପୋଲିସ ଆଗରେ ବୟାନ ଦେଇଥିଲେ । ଘଟଣାଟି ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବାରୁ ଖୋର୍ଦ୍ଧା ପୋଲିସ ଏ ମାମଲା ଖଣ୍ଡଗିରି ପୋଲିସକୁ ହସ୍ତାନ୍ତର କରିଥିଲା । ଖଣ୍ଡଗିରି ପୋଲିସ ଏ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଯୁବତୀ ଆସିଥିବା କାର୍ କୁ ମଧ୍ୟ ପୋଲିସ ଜବତ କରିଛି ।

   Related Posts