Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିଯୋଗକାରୀ ହିଁ ମାଷ୍ଟରମାଇଣ୍ଡ: ୨୪ ଲକ୍ଷ ଲୁଟ୍ ମାମଲାରେ ପର୍ଦ୍ଦାଫାସ କଲା ରାୟଗଡା ପୋଲିସ

14/08/2020 at 7:40 PM

ରାୟଗଡା, ୧୪|୦୮ :    ରାୟଗଡା ଏଫ୍‌ସିଆଇ ଛକରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଅଭିଯୋଗକାରୀ ନିଜେ ହିଁ ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି ।

ସୂଚନାନୁସାରେ, ଗତ ୧୦ ତାରିଖରେ ସହରର ଏଫ୍‌ସିଆଇ ଛକରେ ୨୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଥିଲା । ବିଭିନ୍ନ ବ୍ୟବସାୟ ସଂସ୍ଥା ନିକଟରେ ଟଙ୍କା ଏଟିଏମରେ ଡିପୋଜିଟ କରୁଥିବା ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ଲୁଟ୍ କରାଯାଇଥିଲା । ଏଫସିଆଇ ଛକଠାରେ ଏହି ଲୁଟ ହୋଇଥିଲା ।  ଏହି ଲୁଟ ବାବଦରେ ଅଭିଯୋଗ କରିଛନ୍ତି ଘରୋଇ ସଂସ୍ଥା କର୍ମଚାରୀ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ସଂସ୍ଥା କର୍ମଚାରୀଙ୍କୁ ଆଣି ଜେରା ଆରମ୍ଭ କରିଥିଲା ।

ତେବେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ମୋଟ୍ ୪ଜଣଙ୍କୁ ରାୟଗଡା ପୋଲିସ ଗିରଫ କରିଛି । ଏହାସହ ଲୁଟ୍ ଟଙ୍କା ମଧ୍ୟ ପୋଲିସ ଉଦ୍ଧାର କରିଛି ।

   Related Posts