Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆତଙ୍କୀ ହମଲାକୁ ନେଇ ଉରୀ ଅଭିନେତା ଭିକି କୌଶଳ କହିଲେ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସମୟ ଆସିଯାଇଛି

17/02/2019 at 3:37 PM

ଦିଲ୍ଲୀ ୧୭/୨ : ପୁଲୱାମାରେ ହୋଇଥିବା ଆତ୍ମଘାତୀ ହମଲା ସମଗ୍ର ଦେଶକୁ ଦୋହଲାଇ ଦେଇଛି | କ୍ରୋଧର ନିଆଁରେ ଜଳୁଛନ୍ତି ଦେଶବାସୀ | ଦେଶର କୋଣ ଅନୁକୋଣରୁ ଆତଙ୍କବାଦ ବିରୋଧରେ ଲୋକେ ସ୍ୱର ଉତ୍ତୋଳନ କରୁଛନ୍ତି | ପାକିସ୍ତାନକୁ ଏହାର କଡା ଜବାବ ଦିଆଯାଉ ବୋଲି ଦେଶବାସୀ ଦାବି କରୁଛନ୍ତି | ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଦେଶବାସୀ | ଏଥିପାଇଁ ବିରୋଧୀ ମଧ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଏକଜୁଟ ହୋଇଛନ୍ତି | ସମଗ୍ର ବିଶ୍ୱ ଏହି ଆତଙ୍କବାଦୀ ହମଲାକୁ ନିନ୍ଦା କରିଛି | ବଲିଉଡ ଅଭିନେତା ତଥା ନିକଟରେ ରିଲିଜ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ଉରୀ, ଦ ସର୍ଜିକାଲ ଷ୍ଟ୍ରାଇକ’ର ଅଭିନେତା ଭିକି କୌଶଳ ଦୁଃଖ ପ୍ରକାଶ କରିବା ସହ ତୀବ୍ର ନିନ୍ଦା କରିଛନ୍ତି | ଭିକି କୌଶଳ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଯାଇଛି | ଆତଙ୍କବାଦକୁ ଜବାବ ଦେବା ପାଇଁ ଏହା ସଠିକ ସମୟ |


ଭିକି ଏକ ଇଭେଣ୍ଟରେ କହିଛନ୍ତି ଯେ, ଆମେ ଆମ ନିଜ ଲୋକଙ୍କୁ ହରେଇଛୁ | ଦେଶକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର | ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ କରିବା ଦରକାର | ଏଭଳି ଦୁଃଖ ସମୟରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ସହିଦଙ୍କ ପରିବାରଙ୍କ ସହ ଛିଡା ହେବା ଉଚିତ ବୋଲି କହିଛନ୍ତି ଭିକି |
ଉରୀ ଦ ସର୍ଜିକାଲ ଷ୍ଟ୍ରାଇକରେ ଭିକି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ | ୨୦୧୬ ମସିହାରେ କାଶ୍ମୀର ସ୍ଥିତ ଉରୀରେ ହୋଇଥିବା ଆତଙ୍କବାଦ ହମଲା ଉପରେ ଫିଲ୍ମଟି ଆଧାରିତ |


ସୂଚନାଯୋଗ୍ୟ ଯେ, ପୁଲୱାମା ଆତଙ୍କୀ ହମଲା ପରେ ଜାଭେଦ ଅଖତର ଏବଂ ସବାନା ଆଜମୀ ମଧ୍ୟ କରାଚୀ ଗସ୍ତକୁ ରଦ୍ଦ କରିଛନ୍ତି | କରାଚୀ ଲିଟ ଫେଷ୍ଟିଭାଲ ପାଇଁ ଉଭୟଙ୍କୁ ଆମନ୍ତ୍ରଣ କରାଯାଇଥିଲା | କିନ୍ତୁ ହମଲା ପରେ ଉଭୟ କରାଚୀ ଗସ୍ତକୁ ରଦ୍ଦ କରିଦେଇଥିଲେ | ଜାଭେଦ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କରି କହିଥିଲେ ଯେ, ପାକିସ୍ତାନ ସହ ଆଉ କୌଣସି ପ୍ରକାର ସମ୍ପର୍କ ରଖାଯାଇ ପାରିବନାହିଁ |


ମନସେ ଚିତ୍ରପଟ ସେନା ଦେଶର ସମସ୍ତ ମ୍ୟୁଜିକ କମ୍ପାନୀକୁ ଚେତାବନୀ ଦେଇଛନ୍ତି ଯେ, ପାକିସ୍ତାନୀ ଗାୟକଙ୍କ ସହ କୌଣସି କାମ ନ କରାଯାଉ |

   Related Posts