Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭିନ୍ନ ରୂପରେ ବିକ୍କି କୌଶଲ୍ : ଏହି ମହାନ୍ ଅଭିନେତାଙ୍କୁ ଦେଇଛନ୍ତି ଟ୍ରିବ୍ୟୁଟ୍

29/05/2020 at 12:11 PM

ମୁମ୍ବାଇ ୨୯/୫: ଅଭିନେତା ବିକ୍କି କୌଶଲ୍ ନିଜ ଅଭିନୟ ବଳରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ତାଙ୍କ ସୋସିଆଲ୍ ମିଡିଆରେ ଅନେକ ଚମତ୍କାର ପୋଷ୍ଟ୍ ମଧ୍ୟ ପ୍ରଶଂସକଙ୍କ ଧ୍ୟାନ କେନ୍ଦ୍ରିତ କରିଥାଏ। ବିକ୍କି ପୁଣି ଥରେ ସୋସିଆଲ୍ ମିଡିଆରେ କିଛି ଏପରି ସେୟାର କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଅଭିନେତା ବିକ୍କି କୌଶଲ୍ ମହାନ୍ କମେଡ଼ିଆନ୍ ଚାର୍ଲି ଚ୍ୟାପଲିନଙ୍କୁ ଟ୍ରିବ୍ୟୁଟ୍ ଦେଇଛନ୍ତି। ଏବେ ମହାନ୍ କମେଡ଼ିଆନଙ୍କୁ ଟ୍ରିବ୍ୟୁଟ୍ ଦେବାର ଅନ୍ଦାଜ ମଧ୍ୟ ପୂରା ନିଆରା ହୋଇଛି। ବିକ୍କି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଚାର୍ଲି ଚ୍ୟାପଲିନଙ୍କ ଲୁକରେ ନଜର ଆସିଛନ୍ତି। ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ବିକ୍କି ସେହି ଫଟୋକୁ ସେୟାର କରି ଲେଖିଛନ୍ତି- ସବୁଠୁ ମହାନ୍ କଳାକାର। ବିକ୍କିଙ୍କ ଏହି ଲୁକ୍ ଏବେ ଟ୍ରେଣ୍ଡ କରୁଛି। ପ୍ରଶଂସକ ତାଙ୍କ ଏହି ରୂପକୁ ବହୁତ ପ୍ରଶଂସା କରିଛନ୍ତି।

ଆଜିକାଲି ବିକ୍କି କୌଶଲ୍ ,କ୍ୟାଟ୍ରିନାଙ୍କୁ ଡେଟ୍ କରୁଥିବା ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ଏବେ ସୁଦ୍ଧା ଉଭୟେ ଏବିଷୟରେ ମୁହଁ ଖୋଲି ନାହାନ୍ତି,କିନ୍ତୁ ସୋସିଆଲ୍ ମିଡିଆରେ ଉଭୟଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଉଛି।

   Related Posts