Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୧୦୦ କିଲୋରୁ ଅଧିକ ଓଜନ ବଢ଼ାଇବେ ଅଭିନେତା ଭିକି କୌଶଲ, ଅଶ୍ବଥମା ଚରିତ୍ରରେ ଆସିବେ ନଜର

9/10/2020 at 6:07 PM

ମୁମ୍ବାଇ ୦୯/୧୦: ବଲିଉଡ ଅଭିନେତା ଭିକି କୌଶଲ ଏବେ ନିଜକୁ ଫିଟ୍ ରଖିବେ କ’ଣ ଓଜନ ବଢ଼ାଇବାରେ ଲାଗିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ଇମୋଟାଲ ଅଶ୍ବଥମା’ ପାଇଁ ଏଭଳି କିଛି କରୁଛନ୍ତି। ଫିଲ୍ମରେ ଭିକି ମହାଭାରତର ମହାନ ଓ ଅମର ଯୋଦ୍ଧା ଅଶ୍ବଥମା ଚରିତ୍ରରେ ନଜର ଆସିବେ। ୨୦୨୧ ପ୍ରାରମ୍ଭରେ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ଫିଲ୍ମଟି ତିନିଟି ପାର୍ଟରେ ରିଲିଜ ହେବ। ଯେଉଁଥିରେ ଅଶ୍ବଥମାଙ୍କୁ ଆଧୁନିକ ସମୟର ଏକ ସୁପରହିରୋରେ ଚିତ୍ରିତ କରାଯିବ। ଅଶ୍ବଥମା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ। ତାଙ୍କୁ ଅମର ବରଦାନ ମିଳିଥିଲା। ମହାଭାରତରେ ସେ କୌରବଙ୍କ ପକ୍ଷରୁ ଲଢ଼ି ଥିଲେ।

ତେବେ ଏ ଚରିତ୍ର ପାଇଁ ଭିକିଙ୍କୁ ୧୦୦ କିଲୋରୁ ଅଧିକ ଓଜନ ବଢ଼ାଇବାକୁ ହେବ। ଏ ପାଇଁ ସେ ଓ୍ବାର୍କ ଆଉଟ ତ କରୁଛନ୍ତି ଏହା ସହ ତାଙ୍କୁ ମାର୍ଶଲ ଆର୍ଟ ଟ୍ରେନିଂ ମଧ୍ୟ ନେବାକୁ ହେବ। ୟୁରୋପରେ ଏହାର ସୁଟିଂ ଆରମ୍ଭ ହେବ। ତେ​ବେ ସୁଟିଂ ଶେଷ ହେବ ମୁମ୍ବାଇରେ। ଗ୍ରୀନଲାଣ୍ଡ, ଇଂଲଣ୍ଡ ବ୍ୟତୀତ ଟୋକିଓ, ନ୍ୟୁଜିଲାଣ୍ଡ ଓ ନମ୍ବିଆରେ ମଧ୍ୟ ଫିଲ୍ମ ସୁଟିଂ କରାଯିବ।

ଅବଶ୍ୟ ଫିଲ୍ମର ସୁଟିଂ ଏବେଠୁ ଆରମ୍ଭ ହୋଇଥାନ୍ତା। ମାତ୍ର କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ନିର୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆଦିତ୍ୟ କର। ଏ ଫିଲ୍ମ ବ୍ୟତୀତ ଭିକିଙ୍କ ପାଖରେ ଆହୁରି ଏକାଧିକ ଫିଲ୍ମର ଅଫର ଅଛି।

   Related Posts