ମୁହଁ ଖୋଲିଲେ ବିକ୍କି କୌଶଲ୍ : ଲକଡାଉନ୍ ନିୟମକୁ କରିଥିଲେ ଉଲ୍ଲଙ୍ଘନ
24/04/2020 at 12:01 PM

ମୁମ୍ବାଇ ୨୪/୪: କରୋନା ଭାଇରସ୍ ଭାରତର ଅଲଗା ଅଲଗା ରାଜ୍ୟରେ ନିଜର କାୟା ବିସ୍ତାର କରୁଛି ଏବଂ ମାୟାନଗରୀ ମୁମ୍ବାଇରେ ଏହି ଭାଇରସ୍ ଯୋଗୁଁ ଲୋକେ ନିଜ ଘରେ ବନ୍ଦ ଅଛନ୍ତି। ଏହି ଭୟଙ୍କର ଭାଇରସ୍ ବ୍ୟାପିବା ଯୋଗୁଁ ବିଭିନ୍ନ ପ୍ରକାରର ଗୁଜବ ଚାଲିଛି। ଅଭିନେତା ବିକ୍କି କୌଶଲଙ୍କୁ ନେଇ ଗୁଜବ ହୋଇଥିଲା ଯେ ସେ ଲକଡାଉନ୍ ଭାଙ୍ଗିଛନ୍ତି। ବିକ୍କି ଏହି ଗୁଜବକୁ ନେଇ ସୋସିଆଲ ମିଡିଆରେ ନିଜର ରାୟ ରଖିଛନ୍ତି।

ବିକ୍କି କୌଶଲ୍ ଟ୍ବିଟ୍ କରି କହିଛନ୍ତି ଯେ , କିଛି ଅଯଥା ଗୁଜବ ଚାଲିଛି ଯେଉଁଥିରେ କୁହାଯାଇଛି ଯେ ସେ ଲକଡାଉନ୍ ଭାଙ୍ଗିଛନ୍ତି ଯେଉଁଥିପାଇଁ ତାଙ୍କୁ ପୋଲିସ୍ ଗିରଫ କରିଛି। ଯେବେଠୁ ଲକଡାଉନ୍ ଆରମ୍ଭ ହୋଇଛି ସେ ନିଜ ଘରୁ ବାହାରି ନାହାନ୍ତି। ସେ ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛନ୍ତି ଯେ କୌଣସି ଧରଣର ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ।

ବିକ୍କି କୌଶଲଙ୍କ ବିଲଡିଂରେ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ ହେବାର ଖବର ସାମନାକୁ ଆସିଥିଲା। ଏହି ଘଟଣା ସାମନାକୁ ଆସିବା ପରେ ବିକ୍କି କୌଶଲଙ୍କ ବିଲଡିଂ ଓବରୟ ସ୍ପ୍ରିଙ୍ଗସର କିଛି ଭାଗକୁ ସିଲ୍ କରି ଦିଆଯାଇଥିଲା। ତାଙ୍କର ବିଲଡିଂ ଅନ୍ଧେରୀ ଓ୍ବେଷ୍ଟରେ ରହିଛି। ଅନ୍ଧେରୀ ଓ୍ବେଷ୍ଟରେ ଥିବା ବିଲଡିଂ ଓବରୟ ସ୍ପ୍ରିଙ୍ଗସ କଣ୍ଟେନମେଣ୍ଟ ଜୋନରେ ରହିଛି।

ଏହି ବିଲଡିଂରେ ବିକ୍କି କୌଶଲଙ୍କ ବ୍ୟତୀତ ଚିତ୍ରାଙ୍ଗଦା ସିଂହ,ରାଜକୁମାର ରାଓ,ପତ୍ରଲେଖା,ରାହୁଲ ଦେବ,ମୁଗ୍ଧା ଗଡସେ,କୃଷ୍ଣା ଅଭିଷେକ,ପ୍ରଭୁ ଦେବା,କଶ୍ମୀରା ଶାହ,ନିଲ ନିତିନ ମୁକେଶ,ଡାଇରେକ୍ଟର ଆନନ୍ଦ ଏଲ ରାୟ,ବିପୁଲ ଶାହ,ଫିଲ୍ମମେକର-କୋରିଓଗ୍ରାଫର ଅହମଦ ଖାନ୍,ଅର୍ଜନ ବାଜଓ୍ବା,ଟିଭି ଅଭିନେତ୍ରୀ ଚାହତ ଖାନ୍ନା ଭଳି ଷ୍ଟାର ରୁହନ୍ତି।
