ଭିକ୍କି କୌଶଲ-ରାଜକୁମାର ରାଓଙ୍କ ବିଲଡିଙ୍ଗ ସିଲ୍: ସେଠାରେ ରହୁଥିବା ଡାକ୍ତରଙ୍କ ଝିଅ କରୋନା ଆକ୍ରାନ୍ତ

Published By : Prameya-News7 Bureau | April 21, 2020 IST

ମୁମ୍ବାଇ୨୧/୦୪ : ବଲିଉଡ ଅଭିନେତା ଭିକ୍କି କୌଶଲ ଓ ରାଜକୁମାର ରାଓ ରହୁଥିବା ବିଲଡିଙ୍ଗ ସିଲ୍ ହୋଇଛି | ଏହି ହାଉସିଂ ସୋସାଇଟିର ଗୋଟିଏ ବ୍ଲକରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି| ଓବେରଏ ମେନସନ ନାମକ ଏହି ସୋସାଇଟିରେ ବିକ୍କୀ ଓ ରାଜକୁମାରଙ୍କ ଛଡା ଚିତ୍ରାଙ୍ଗଦା ସିଂହଙ୍କ ସମେତ ଅନେକ ବଲିଉଡ ତାରକା ରୁହନ୍ତି |

{"id":257949,"width":596,"height":446,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଏହି ହାଉସିଂ ସୋସାଇଟିର ସି-ୱିଙ୍ଗରେ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି| ଏହି ସି-ୱିଙ୍ଗରେ ରହୁଥିବା ଜଣେ ଡାକ୍ତରଙ୍କ ୧୧ ବର୍ଷୀୟ ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ତେବେ ଏହା ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ ଯେ ଅନ୍ଧେରୀରେ ଏହି ଉଚ୍ଚ ମହଲା କୋଠା ସମ୍ପୂର୍ଣ୍ଣ ସିଲ ହୋଇଛି କି ନାହିଁ, କିନ୍ତୁ ସି-ୱିଙ୍ଗ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି |

{"id":257951,"width":573,"height":381,"sizeSlug":"large"}

ଏହି କୋଠାର ସି-ୱିଙ୍ଗରେ ଅର୍ଜନ ବାଜବା, ଚିତ୍ରାଙ୍ଗଦା ସିଂହ, ରାହୁଲ ଦେବ, ମୁଗ୍ଧା ଗଡ୍‌ସେ, ଚାହତ ଖାନ୍ନା ଓ ପ୍ରଭୁ ଦେବା ଭଳି ଅନେକ ତାରକା ରୁହନ୍ତି | ବାଜବା କହିଛନ୍ତି ଯେ, ଏହି ସମୟରେ ସେମାନେ କୋଠାର ଲିଫ୍ଟ ଯାଏଁ ମଧ୍ୟ ଯାଉନାହାନ୍ତି | ଏହା ଛଡା ଏ ବି ୱିଙ୍ଗକୁ ମଧ୍ୟ କ୍ଵାରେଣ୍ଟାଇନ କରାଯାଇଛି | ସୂଚନା ଅନୁଯାୟୀ, ବିଏମସି ଏହି ପୁରା ଅଞ୍ଚଳକୁ ଭଲ ଭାବେ ସାନିଟାଇଜ କରିଛି | କୌଣସି ପ୍ରକାର ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.