Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ , ପ୍ରଶଂସକଙ୍କ ମଧ୍ୟରେ ଦେଖା ଦେଲା ଅସନ୍ତୋଷ

28/10/2021 at 9:23 AM

ମୁମ୍ବାଇ ୨୮।୧୦ : ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ। ଭାରତୀୟ ଜୁରୀ ସର୍ଦ୍ଦାର ଉଦ୍ଧମ ଫିଲ୍ମଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦେଇଛନ୍ତି । ଆଉ ଏବେ ଏହାକୁ ନେଇ ତେଜିଛି ବିବାଦ । ଫିଲ୍ମରେ ବ୍ରିଟିଶରଙ୍କ ପ୍ରତି ଭାରତୀୟଙ୍କ ହିଂସା ଓ ଘୃଣା ମନୋଭାବ ଦର୍ଶାଯାଇଥିବାରୁ ଏହାକୁ ବାଦ୍ ଦିଆଯାଇଥିବା କହିଛନ୍ତି ଜୁରି ଇଦ୍ରଜିତ ଦାସଗୁପ୍ତା । ଜାଲିଆନାଓ୍ବାଗ୍ ପ୍ରସଙ୍ଗକୁ ବେଶ କଠୋର ଭାବେ ଫିଲ୍ମରେ ପ୍ରଦର୍ଶନ କରାଯାଇଛି । ଭାରତର କିଛି ଲୁକାୟିତ ହିରୋଙ୍କ ସମ୍ପର୍କରେ ଦର୍ଶାଯାଇଛି । ଫିଲ୍ମ ନିର୍ମାଣକାରୀଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି । କିନ୍ତୁ ଫିଲ୍ମର ବହୁ ଅଂଶରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । ତାସହ ଫିଲ୍ମ ବହୁତ ଲମ୍ବା ହୋଇଛି ଓ ବାରମ୍ବାର ଦୋହରା ଯାଇଛି ।

ଓସ୍କାର ରେସ୍‌ରୁ ସର୍ଦ୍ଦାର ଉଦ୍ଧମ୍ ବାଦ୍ ପଡ଼ିବା ପରେ ଏବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରବଳ ବିରୋଧ ଦେଖାଦେଇଛି । ଫିଲ୍ମରେ ସର୍ଦ୍ଦାର ଉଦ୍ଧମ ସିଂଙ୍କ କାହାଣୀକୁ ନିଖୁଣ ଭାବେ ପରିବେଷଣ କରିଛନ୍ତି ନିର୍ଦ୍ଦେଶକ ସୁଜିତ ସରକାର । ଜାଲିଓ୍ବାନାବାଗ୍ ଘଟଣା ପରେ ତତ୍କାଳୀନ ପଞ୍ଜାବ ଜିଲ୍ଲାପାଳ ମାଇକେଲ୍ ଡାଏରଙ୍କୁ ଲଣ୍ଡନରେ ହତ୍ୟା କରି ବିରୋଧ ପ୍ରଦର୍ଶନ କରିଥିଲେ । ସର୍ଦ୍ଦାର ଉଦ୍ଧମ ସିଂହ ଫିଲ୍ମ ଆମାଜନ୍ ପ୍ରାଇମ୍‌ରେ ରିଲିଜ୍ ହେବା ପରେ ଢେର ପ୍ରଶଂସା ସାଉଁଟିଛି । କିନ୍ତୁ ଓସ୍କାରରୁ ବାଦ ପଡିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ଏବର୍ଷ ମଧ୍ୟ ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓସ୍କାର ପାଇଁ ମନୋନୀତ ହୋଇଥିଲେ। ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ ଓ ବିକି କୌଶଲ ନିଜର ଖୁସି ଜାହିର କରିଥିଲେ । ସେପଟେ ସେମାନଙ୍କ ପ୍ରଶଂସକ ଏବଂ ବଲିଉଡ୍‌ର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କିନ୍ତୁ ଓସ୍କାରରୁ ସର୍ଦ୍ଦାର ଉଦ୍ଧମ୍ ବାଦ୍ ପଡ଼ିବା ପରେ ଉଭୟ ବଲିଉଡ ଓ ପ୍ରଶଂସକ ଏନେଇ ବିରୋଧ କରିବାରେ ଲାଗିଛନ୍ତି

   Related Posts