Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିଦେବେ କ୍ୟାଟ୍ରିନା ! ଅଭିନେତ୍ରୀ କଲେ ଖୁଲାସା

2/12/2021 at 12:41 PM

ନୂଆଦିଲ୍ଲୀ ୦୨/୧୧: ବଲିଉଡର ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ୍ ତାଙ୍କର ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ। ବିକି ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଫେରା ନେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ସାମ୍ନାକୁ ଆସୁଛି, କିନ୍ତୁ ଏନେଇ ଦୁହେଁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏପରିକି ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି କିନ୍ତୁ କୁହାଯାଉଛି ଯେ ଗତ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି।

Katrina Kaif And Vicky Kaushal Wedding: Baar Baar Dekho Director to Be A  Guest

ଏହି ସମୟରେ, କ୍ୟାଟ୍ରିନାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେଉଛି ଯେଉଁଥିରେ ସେ ବିବାହକୁ ନେଇ ନିଜର ଭାବନା ସେୟାର କରିଛନ୍ତି। କ୍ୟାଟ୍ରିନା କହିଛନ୍ତି ଯଦି ସେ କେବେ ଅନୁଭବ କରନ୍ତି ଯେ ବିବାହକୁ ଗୁରୁତ୍ୱ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ଫିଲ୍ମ କରିବା ବନ୍ଦ କରିଦେବେ । ତେବେ ସେ ଏହା ମଧ୍ୟ କହିଛନ୍ତି ଯଦି ତାଙ୍କ ପାର୍ଟନର୍ କିମ୍ବା ତାଙ୍କ ପରିବାର ତାଙ୍କୁ କାମ କରିବାକୁ ଅଟକାନ୍ତି ସେ ଆଦୌ ଏହାକୁ ପସନ୍ଦ କରିବେନି। ଯେତେବେଳେ ସେ ହୃଦୟରୁ ଅନୁଭବ କରିବେ ସେତେବେଳେ ଏହା କରିବେ। କ୍ୟାଟ୍ରିନା ଆହୁରି କହିଛନ୍ତି, ସେ ବିବାହରେ ବହୁତ ବିଶ୍ୱାସ କରନ୍ତି। ସେ ପରିବାର ଏବଂ ଘରକୁ ଭଲ ପାଆନ୍ତି। ଯଦି ତାଙ୍କ ଜୀବନରେ ପ୍ରେମ ଆସେ ତେବେ ଏହାର ଅର୍ଥ ଭାଗ୍ୟରେ ଲେଖା ହୋଇଛି ।

Katrina Kaif has the perfect reply for people calling her work “monotonous  and repetitive”

କ୍ୟାଟ୍ରିନା ଏସବୁ ସେତେବେଳେ କହିଥିଲେ, ଯେତେବେଳେ ରଣବୀର କପୁରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ହେଉଥିଲା। ରଣବୀରଙ୍କୁ ବିବାହ କରିବା ପାଇଁ କ୍ୟାଟ୍ରିନା ଚିନ୍ତା କରୁଛନ୍ତି ବୋଲି କୁହାଯାଉଥିଲା। ତେବେ ଅନେକ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ସେମାନଙ୍କ ବ୍ରେକଅପ୍ ହୋଇଥିଲା।

   Related Posts