Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ସଙ୍ଗୀତ୍-ମେହେନ୍ଦୀ ପରେ ରାଜକୀୟ ଅନ୍ଦାଜରେ ହେବ କ୍ୟାଟ୍ରିନାଙ୍କ ହଳଦୀ, ଡିନର ପରେ ହେବ ପୁଲ୍‌ ପାର୍ଟି…

8/12/2021 at 11:38 AM

ନୂଆଦିଲ୍ଳୀ ୦୮।୧୨ : ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ୯ ଡିସେମ୍ବରରେ ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ସିକ୍ସ ସେନ୍ସ ଦୁର୍ଗରେ ହେବାକୁ ଯାଉଥିବା ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସେମାନଙ୍କର ବିବାହର ସମସ୍ତ କାର୍ଯ୍ୟକ୍ରମ ୭ ଡିସେମ୍ବରରୁ ଆରମ୍ଭ ହୋଇଛି । ଗତକାଲି ରାତିରେ ଏହି ଦମ୍ପତି ସେମାନଙ୍କ ସଂଗୀତ ମେହେନ୍ଦୀ କାର୍ଯ୍ୟକ୍ରମକୁ ପୁରା ଉପଭୋଗ କରିଛନ୍ତି ଏବଂ ଆଜି ଦମ୍ପତିଙ୍କ ବିବାହ କାର୍ଯ୍ୟକ୍ରମର ଦ୍ବିତୀୟ ଦିନ ଯାହା ହଲଦୀ ସମାରୋହରୁ ଆରମ୍ଭ ହେବ।  କପଲଙ୍କର ଏହି ବିବାହର ନୂଆ ଅପଡେଟ୍‌ ଆସିଛି କି ଆାଜି ସକାଳ ୧୧.୩୦ରୁ ଆରମ୍ଭ ହେବ ହଳଦୀ  କାର୍ଯ୍ୟକ୍ରମ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ଭିକି-କ୍ୟାଟ୍‌ଙ୍କ ହଲଦି ସମାରୋହ ମଧ୍ୟ ତାଙ୍କ ସଙ୍ଗୀତ୍‌ ଓ ମେହେନ୍ଦୀ ପରି ରାଜକୀୟ ଶୈଳୀରେ ପରିବେଷଣ କରାଯିବ। ଆଜି ୧୧.୩୦ ରୁ ଆରମ୍ଭ ହେବ, ସେମାନଙ୍କର ସନ୍ଧ୍ୟାରେ ଶେଷ ହେବ। ଉଭୟ ପାରମ୍ପାରିକ ଉପାୟରେ ହଳଦୀ ରସମକୁ ରୀତିନୀତି କରିବେ । ଏହି କାର୍ଯ୍ୟକ୍ରମ ପରେ ରାତିରେ ଡିନର ପରେ ଏକ ଚମତ୍କାର ପୁଲ୍‌ ପାର୍ଟିର ଆୟୋଜନ ହେବ । ଏହି ସମାରୋହରେ ଯୋଗ ଦେଉଥିବା ବଡ ବଡ ବଲିଉଡର ଷ୍ଟାରମାନେ ନାମ ମଧ୍ୟ ସାମ୍ନାକୁ ଆସୁଛି ।

ଏହି ଦମ୍ପତିଙ୍କ ସଂଗୀତର ଭିତର ଓ ବାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାତିରେ ଆତସବାଜି ଦେଖାଯାଇଛି । ଖବର ଅନୁଯାୟୀ କୁହାଯାଇଛି କି , ଏହି ରାଜକୀୟ ବିବାହର ଅତିଥି ତାଲିକାରେ କରଣ ଜୋହର, ଫରାହ ଖାନ, ଅଲି ଅବ୍ବାସ ଜାଫର, କବୀର ଖାନ ଏବଂ ମିନି ମଥୁର ଏବଂ ରୋହିତ ଶେଟ୍ଟୀ ଭଳି ବଡ ବଡ ସେଲିବ୍ରିଟିମାନେ ସାମିଲ ଦେବେ ।

   Related Posts