Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସାମ୍ନାକୁ ଆସିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ଡେଟ୍: ରାଜସ୍ଥାନର ୭୦୦ ବର୍ଷ ପୁରୁଣା ଦୁର୍ଗରେ ପଡିବ ହାତଗଣ୍ଠି

28/10/2021 at 5:22 PM

ମୁମ୍ବାଇ ୨୮/୧୦ : ବଲିଉଡ ଇଣ୍ଡଷ୍ଟ୍ରିରେ ଏଥର ସେଲିବ୍ରିଟିଙ୍କ ବାହାଘରକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ରଣବୀର କପୁର ଆଲିଆ ଭଟ୍ଟଙ୍କ ବାହାଘରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅପରପକ୍ଷରେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘରକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଖବର କେତେ ସତ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କ୍ୟାଟ୍ରିନା ଓ ଭିକ୍କିଙ୍କ ବାହାଘର ଖବର ଲଗାତାର ସାମ୍ନାକୁ ଆସୁଛି। ପ୍ରଥମେ ତାଙ୍କ ବାହାଘର ଆଉଟଫିଟକୁ ନେଇ ସୂଚନା ମିଳିଥିଲା। ତାପରେ ତାଙ୍କ ୱେଡିଙ୍ଗ୍ ଭେନ୍ୟୁ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଉଭୟଙ୍କ ବାହାଘର ତାରିଖ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ବାହାଘର କାର୍ଯ୍ୟକ୍ରମ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ହେବ। ଅର୍ଥାତ ଡିସେମ୍ବର ୭ ରୁ ୯ ତାରିଖ ଯାଏଁ ବାହାଘର କାର୍ଯ୍ୟକ୍ରମ ଚାଲିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ବାହାଘର ପାଇଁ ଡିସେମ୍ବର ମାସ ବାଛିଛନ୍ତି। ଫଙ୍କସନ ୭ ତାରିଖରୁ ଆରମ୍ଭ ହେବ ଓ ୯ ଯାଏଁ ଚାଲିବ। ଦୁହିଁଙ୍କ ବାହାଘର ସାମାନ୍ୟ ଭାବେ ହେବ ନାହିଁ ବରଂ ରୟାଲ ଭାବେ ହେବ ବୋଲି କୁହାଯାଉଛି। ରାଜସ୍ଥାନରେ ୭୦୦ ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବାହାଘର ହେବ। ସବାଇ ମାଧୋପୁରର ଏକ ରାଜକୀୟ ରିସର୍ଟ ବୁକ କରାଯାଇଛି। ତେବେ ବିବାହରେ ଅତିଥି ଭାବେ କିଏ କିଏ ସାମିଲ ହେବେ ତାହା ଜଣାପଡିନାହିଁ।

ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ଭିକ୍କି ଓ କ୍ୟାଟ୍ରିନାଙ୍କ ଡ୍ରେସ ଡିଜାଇନ କରୁଛନ୍ତି। ଆଉଟଫିଟ ପ୍ରାୟତଃ ଫାଇନାଲ ହୋଇସାରିଛି ଓ ଡିଜାଇନର ଏବେ ତାକୁ ଆକର୍ଷଣୀୟ ଲୁକ ଦେଉଛନ୍ତି। ବାହାଘର ପାଇଁ କ୍ୟାଟ୍ରିନା ର-ସିଲ୍କ ବାଛିଛନ୍ତି। ତେବେ ଭିକ୍କି କୌଶଲଙ୍କ ଡ୍ରେସକୁ ନେଇ କିଛି ଅପଡେଟ ଆସିନାହିଁ। ତେବେ ଉଭୟଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଖବର ଗଣମାଧ୍ୟମରେ ଛାଇ ଯାଇଛି।

   Related Posts