Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବାହାଘର ପୂର୍ବରୁ ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ଭିକ୍କି କୌଶଲ

8/11/2021 at 5:56 PM

ମୁମ୍ବାଇ ୦୮/୧୧ : ଅକ୍ଷୟ କୁମାର, ଅନିଲ କୁମାର, ଅଜୟ ଦେବଗନଙ୍କ ପରେ ଅଭିନେତା ଭିକ୍କି କୌଶଲ ବିୟର ଗ୍ରିଲ୍ସଙ୍କ ସହ ଆଡଭେଞ୍ଚର ଶୋ’ରେ ନଜର ଆସିବେ। ଭିକ୍କି ଶୋ’ର ପୋଷ୍ଟର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ପୋଷ୍ଟ ସେୟାର କରିବା ପରେ ପ୍ରଶଂସକ ମଜାଦାର କମେଣ୍ଟ ଦେଉଛନ୍ତି। ଜଣେ ପ୍ରଶଂସକ କହିଛନ୍ତି ବ୍ୟାଚଲର ପାର୍ଟି ମନାଇବାର ବଢିଆ ତରିକା। ଆଉ ଜଣେ ଲେଖିଛନ୍ତି, ବାହାଘର ପୂର୍ବରୁ ଏସବୁ ଆଡଭେଞ୍ଚରର ମଜା ନେଇଯାଅ।

ସୋସିଆଲ ମିଡ଼ିଆ ମାଧ୍ୟମରେ ଭିକ୍କି କୌଶଲ ନିଜର ଆଡଭେଞ୍ଚର ଟ୍ରିପ ସମ୍ପର୍କରେ ସୂଚନା ଦେଇଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, ‘ଜୀବନର ସବୁଠାରୁ ବଡ ଆଡଭେଞ୍ଚର, ସେ ପୁଣି ସାରଭାଇଭାଲ ଏକ୍ସପର୍ଟ ବିୟର ଗ୍ରିଲ୍ସଙ୍କ ସହ। ଚାଲନ୍ତୁ ଦେଖିବା ବିୟର ଗ୍ରିଲ୍ସ ମୋ ପାଇଁ କଣ ପ୍ଲାନ କରିଛନ୍ତି। ଶୋ’ ଇନ୍ ଟୁ ଦି ୱାଇଲ୍ଡର ପ୍ରିମିୟର ନଭେମ୍ବର ୧୨ରେ ହେବ।’

ଭିକ୍କିଙ୍କ ପୋଷ୍ଟରେ ପ୍ରଶଂସକ ଲଗାତାର ପ୍ରତିକ୍ରିୟା ରଖି ଚାଲିଛନ୍ତି। ନିଜ ପ୍ରିୟ କଳାକାରଙ୍କୁ ଏହି ଶୋ’ରେ ଦେଖିବାକୁ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି। ଜଣେ ୟୁଜର୍ସ ସିଧାସଳଖ ବିୟର ଗ୍ରିଲ୍ସଙ୍କୁ ପ୍ରଶ୍ନ କରିଛନ୍ତି, ଏବେ ଯାଏଁ ବଲିଉଡ ଅଭିନେତ୍ରୀଙ୍କୁ କାହିଁକି ନିଜର ଏହି ଆଡଭେଞ୍ଚର ଟ୍ରିପକୁ ଆଣୁ ନାହାନ୍ତି ? ଅଭିନେତ୍ରୀମାନେ ଅଭିନେତାଙ୍କ ଠାରୁ କମ ନୁହନ୍ତି।

ସୂଚନା ଅନୁଯାୟୀ, ଆଗାମୀ ଡିସେମ୍ବର ମାସରେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ହେବାକୁ ଯାଉଛି। ରାଜସ୍ଥାନର ଏକ ଦୁର୍ଗରେ ଉଭୟଙ୍କ ବାହାଘର ହେବ।

   Related Posts