Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଭିକି-କ୍ୟାଟ୍‌ଙ୍କ ବିବାହ ପୂର୍ବରୁ ଅଭିନେତାଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ କଲେ ଏପରି ଖୁଲାସା, ଭାଇରାଲ ହେଉଛି ପୋଷ୍ଟ..

8/12/2021 at 8:52 AM

ନୂଆଦିଲ୍ଳୀ ୦୮।୧୨ : ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବର୍ତ୍ତମାନ ରାଜସ୍ଥାନରେ ପହଞ୍ଚି ସାରିଛନ୍ତି । ତାଙ୍କ ପରିବାର ସହ ବନ୍ଧୁ ବାନ୍ଧବୀ ସମସ୍ତେ ସେଠାରେ ପହଞ୍ଚି ସାରିଛନ୍ତି । କୁହାଯାଉଛି କି ଆଜି ମେହେନ୍ଦୀ ଏବଂ ଆସନ୍ତାକାଲି ବିବାହ। ଏଥିପାଇଁ ରାଜସ୍ଥାନର ସାୱାଇ ମାଧୋପୁର ‘ସିକ୍ସ ସେନ୍ସ ଦୁର୍ଗ’କୁ ରାଜକୀୟ ଭାବେ ସଜାଯାଇଛି । ଖୁବ୍‌ ଜୋରସୋରରେ ପ୍ରସ୍ତୁତି ମଧ୍ୟ ସରିଛି । ହେଲେ ବର୍ତ୍ତମାନ ଏହାରି ମଧ୍ୟରେ ପୂର୍ବତନ ଗର୍ଲଫ୍ରେଣ୍ଡ ହର୍ଲିନ୍‌ ସେଟ୍ଟୀଙ୍କ ଏକ ନୋଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହର୍ଲିନ୍‌ ସେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ଲେଖା ହୋଇଥିଲା, ‘ଜୀବନର ଅର୍ଥକୁ କ୍ରମାଗତ ଭାବରେ ଖୋଜିବା ଏକ ଟୋଷ୍ଟ ର ଅର୍ଥରେ ଖୋଜିବା ପରି । ବେଳେବେଳେ କେବଳ ଟୋଷ୍ଟ ଖାଇବା ଭଲ। ତେବେ ଏହି ପୋଷ୍ଟରେ ‘ ହର୍ଲିନ୍‌ ହୁଏତ କାହାର ନାମ ନେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଦାବି ହେଉଛି ଯେ ଏହି ପୋଷ୍ଟଟି ତାଙ୍କ ପୂର୍ବତନ ପ୍ରେମିକା ବିକିଙ୍କ ପାଇଁ ହିଁ ହୋଇଛି।

 ସୋସିଆଲ ମିଡିଆରେ ହର୍ଲିନ୍‌ ସେଟ୍ଟୀ ଖୁବ୍‌ ଆକ୍ଟିଭ୍ । ସେ ନିଜ ଇନଷ୍ଟାଗ୍ରାମରେ ନିଜର ହଟ୍‌ ଓ ଗ୍ଲାମଲର୍ସ ଫଟୋ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ରେ ଭିକି ହର୍ଲିନ ସେଟ୍ଟୀଙ୍କୁ ଡେଟ୍ କରୁଥିଲେ । ଯେତେବେଳେ ଭିକି ଫିଲ୍ମ ‘ମନମାରଜିଆନ୍’ ଫିଲ୍ମର ପ୍ରମୋସନ କରୁଥିଲେ। ସେତେବେଳେ ଜଣାପଡିଥିଲା ​​ଯେ ସେ ନୃତ୍ୟଶିଳ୍ପୀ ତଥା ମଡେଲ ହର୍ଲିନ ସେଟ୍ଟୀଙ୍କୁ ଡେଟ କରୁଥିଲେ ।

 ଭିକି-ହର୍ଲିନ୍ ଫିଲ୍ମ ‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ରିଲିଜ୍ ପୂର୍ବରୁ ଦୁହେଁ ଅଲଗା ହୋଇଥିଲେ, କିନ୍ତୁ ସେମାନଙ୍କ ବ୍ରେକଅପ୍ ହେବାର କାରଣ ଆଜି ଯାଏଁ କେହି ଜାଣି ନାହାଁନ୍ତି। ଏପରିକି ଦୁହେଁ ଏହାକୁ କେବେ ବି ଉଲ୍ଲେଖ କରି କହି ନାହାଁନ୍ତି । ସେତେବେଳେ ଖବର ଆସିଥିଲା ​​ଯେ ଉଭୟଙ୍କ ବ୍ରେକଅପ୍ ହେବାର କାରଣ ହେଉଛି କ୍ୟାଟ୍ରିନା ଏବଂ ଭିକିଙ୍କ ମଧ୍ୟରେ ବଢୁଥିବା ଘନିଷ୍ଠତା।

   Related Posts