Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

କ୍ୟାଟ୍ରିନାଙ୍କୁ ଏହି ଫିଲ୍ମ ଅନ୍ଦାଜରେ ପ୍ରପୋଜ୍ କରିଥିଲେ ଭିକି…

4/11/2021 at 11:36 AM

ମୁମ୍ବାଇ ୦୪।୧୧ :  ବଲିଉଡ୍ ର ହ୍ୟାଣ୍ଡସନ୍ ହଙ୍କ୍ ଭିକି କୌଶଲ୍ ଏବଂ ଇଣ୍ଡଷ୍ଟ୍ରିର ବାର୍ବି ଗର୍ଲ କ୍ୟାଟ୍ରିନା କୈଫ୍ , ଦୁହେଁ ଏବେ ଖୁବ୍ ଚର୍ଚ୍ଚାରେ । ସେମାନଙ୍କ ବିବାହ ଖବର ଏବେ ଲଗାତର ଚର୍ଚ୍ଚାର ବିଷୟ ପାଲଟିଛି  । କୁହାଯାଉଛି କ୍ୟାଟ୍ରିନା ଓ ଭିକି ରାଜସ୍ଥାନର ଏକ ରିସୋର୍ଟରେ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିପାରନ୍ତି। ଶୁଣିବାକୁ ମିଳୁଛି ଯେ ତାଙ୍କ ବିବାହ ୭ରୁ ୯ ଯାଏଁ ଚାଲିବ। ତେବେ ଏହି ଖବରର କୌଣସି ଅଫିସିଆଲ୍ ଆନାଉସମେଣ୍ଟ ହୋଇନାହିଁ । ସେହିପରି ଏହା ଭିତରେ ଗୋଟିଏ ଖବର ଭାଇରାଲ୍ ହେବାରେ ଲାଗିଛି ଯେ, ଭିକି ନିଜର ସ୍ୱପ୍ନର ରାଜକୁମାରୀ କ୍ୟାଟ୍ରିନା କୈଫ୍ ଙ୍କୁ କ୍ୟୁଟ୍ ଓ ରୋମାଣ୍ଟିକ୍ ଅନ୍ଦାଜରେ ପ୍ରପୋଜ କରିଛନ୍ତି ।

ତେବେ କ୍ୟାଟ୍ରିନା ଓ ଭିକିଙ୍କ ଫ୍ୟାନ୍ସ ମାନେ ସେମାନଙ୍କ ରିଲେସନ୍ କୁ ନେଇ ଖୁବ୍ ଉତ୍ସାହିତ ରହିଛନ୍ତି । ଦୁହେଁ ନିଜ ସମ୍ପର୍କକୁ ନେଇ କୌଣସି ଅଫିସିଆଲ୍ ଘୋଷଣା କରିନଥିଲେ ମଧ୍ୟ ବିଶେଷ ସୁତ୍ରରୁ ଏହି ବିବାହ ଖବର ଶୁଣିବାକୁ ମିଳିଛି । ତେବେ ପ୍ରପୋଜ କଥା ଯଦି କହିବା ତେବେ ସେମାନଙ୍କ ଫ୍ୟାନ୍ସ ମାନେ କିପରି ଭିକି, କ୍ୟାଟ୍ରିନାଙ୍କୁ ପ୍ରେମ ନିବେଦନ କରିଛନ୍ତି ତାହା ଜାଣିବାକୁ ଚାହୁଁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଭିକି କୌଶଲ୍,କ୍ୟାଟ୍ରିନା ନିଜର ସବୁଠାରୁ ପସନ୍ଦର ଜିନିଷ ଦେଇ ପ୍ରପୋଜ କରିଛନ୍ତି । କ୍ୟାଟ୍ରିନାଙ୍କ ସବୁ ଫ୍ୟାନ୍ସ ମାନେ ଜାଣନ୍ତି ଯେ, ତାଙ୍କୁ ବ୍ଲାକ୍ ଚକଲେଟ୍ ଓ ବ୍ରାଉନୀ କେତେ ପସନ୍ଦ । ଖାଲି ସେତିକି ନୁହେଁ କ୍ୟାଟ୍ରିନାଙ୍କ ଜନ୍ମଦିନରେ ତାଙ୍କୁ ବନ୍ଧୁ ଓ ପରିଜନ ମାନେ ପ୍ରତିବର୍ଷ ଚକଲେଟ୍ ଓ ମିଠା ଜିନିଷ ପଠାଇଥାନ୍ତି । ସେହିପରି ଭିକି ମଧ୍ୟ କ୍ୟାଟ୍ରିନାଙ୍କ ପ୍ରିୟ ବେକେରୀରୁ ମେଡ୍ ଟୁ ଅର୍ଡର୍ ଚକଲେଟ୍ ବ୍ରାଉନୀ ପ୍ୟାକ୍ କରି ତାଙ୍କ ଘରକୁ ପଠାଇଛନ୍ତି । ପ୍ୟାକେଟ୍ ଭିତରେ ଏକ ନୋଟ୍ ଓ ରିଙ୍ଗ୍ ରହିଥିଲା । ନୋଟ୍ ରେ ଲେଖାଥିଲା ଯେ, କଣ ତୁମେ ମୋତେ ବିବାହ କରିବ? ତେବେ କ୍ୟାଟ୍ରିନା ଏହି ସରପ୍ରାଇଜ୍ ପାଇବା ପରେ ଖୁସିରେ ହୋଇ ହଁ ରେ ହଁ ଭରି କହିଛନ୍ତି ।

   Related Posts