ବିକ୍କି-କ୍ୟାଟ୍ ୱେଡିଙ୍ଗ୍: ବିବାହ ସ୍ଥାନକୁ ହେଲିକେପ୍ଟରରେ ଯିବେ ବରକନ୍ୟା, ଭ୍ୟାକସିନ ନେଇନଥିବା ଅତିଥିଙ୍କୁ ନୋ ଏଣ୍ଟ୍ରି

Published By : Prameya-News7 Bureau | December 03, 2021 IST

ମୁମ୍ବାଇ ୦୩/୧୨ : କ୍ୟାଟ୍ରିନା କୈଫ ଓ ବିକ୍କି କୌଶଲଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଆଉ ୪ ଦିନ ବାକି ରହିଲା। ଏପଟେ ବିକ୍କି କ୍ୟାଟ୍ରିନା ଏବେ ମଧ୍ୟ ଚୁପ ଅଛନ୍ତି। ଏବେ ଖବର ଆସିଛି ଯେ ମିଡ଼ିଆ ଓ ପେପରାଜିରୁ ବଞ୍ଚିବାକୁ ବିକ୍କି-କ୍ୟାଟ୍ ୫ ତାରିଖରେ ଜୟପୁରରୁ ବିବାହ ସ୍ଥାନକୁ ଅର୍ଥାତ ସିକ୍ସ ସେନ୍ସେସ ଦୁର୍ଗ ବରୱାଡା ଯାଏଁ ଚୋପରରେ ଯିବେ। ଜୟପୁରରୁ ବରୱାଡା ପ୍ରାୟ ୧୮୧ କିଲୋମିଟର ଦୂର।

{"id":553696,"width":527,"height":643,"sizeSlug":"full","linkDestination":"none"}

ବିକ୍କି-କ୍ୟାଟ୍ ଙ୍କ ବାହାଘର ସହ ଜଡିତ ନନ୍ ଡିସକ୍ଲୋଜର ଏଗ୍ରିମେଣ୍ଟ ଦସ୍ତଖତ କରିବା ପରେ ଆଉ ଏକ ନିୟମ ଲାଗୁ ହୋଇଛି। ଦେଶରେ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବାପରେ ମାଧୋପୁର କଲେକ୍ଟର ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ଅତିଥି କରୋନା ଭ୍ୟାକସିନର ଦୁଇଟି ଡୋଜ ନେବା ଅନିବାର୍ଯ୍ୟ। ଭ୍ୟାକସିନ ନ ନେଇଥିବା ଅତିଥିଙ୍କୁ ଏଣ୍ଟ୍ରି ମିଳିବନି।

{"id":553697,"width":636,"height":429,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ ବିବାହ ସମାରୋହ ୬ ତାରିଖରୁ ଆରମ୍ଭ ହେବ। ୯ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହିଁଙ୍କ ବିବାହ ହେବ। ଏହା ପୂର୍ବରୁ ଦୁହେଁ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିବେ। ବିକ୍କି-କ୍ୟାଟ୍ ଙ୍କ ୱେଡିଙ୍ଗ ଲୁକ ଯେମିତି କୌଣସି ପ୍ରକାରେ ଭାଇରାଲ ନ ହେବ ସେଥିପାଇଁ ୱେଡିଙ୍ଗ ପ୍ଳାନର ଆଖପାଖରେ କୌଣସି ଡ୍ରୋନ୍ କ୍ୟାମେରା ନଜର ଆସିଲେ ତାକୁ ଶୁଟ କରିବାକୁ ବ୍ୟବସ୍ଥା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.