Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେବଭୂମି ହିମାଚଳ ପାଲଟିଛି ସେକ୍ସ ରାକେଟର ଆଡ୍ଡା : ପର୍ଦ୍ଦାଫାସ କଲେ ପୀଡ଼ିତା

1/08/2019 at 11:41 AM

ଊନା ୧/୮: ଶାନ୍ତିପୂର୍ଣ୍ଣ ରାଜ୍ୟ କୁହାଯାଉଥିବା ହିମାଚଳପ୍ରଦେଶରେ ମଧ୍ୟ ସେକ୍ସ ରାକେଟ ଧନ୍ଦା ଚାଲିଛି। ସେକ୍ସ ରାକେଟ ଧନ୍ଦାରେ ଯୁବକଙ୍କ ଡିମାଣ୍ଡ ପୂରା କରିବା ପାଇଁ ଅନ୍ୟ ରାଜ୍ୟରୁ ଯୁବତୀ ଚାଲାଣ କରି ସେମାନଙ୍କୁ ଏହି ଧନ୍ଦାରେ ନିୟୋଜିତ କରାଯାଉଛି। ଏହାର ଖୁଲାସା ଆସାମରୁ ଚାଲାଣ ହୋଇ ଊନା ପହଞ୍ଚି ଏହି ଧନ୍ଦାରେ ନିୟୋଜିତ ହୋଇଥିବା ଜଣେ ଯୁବତୀ କରିଛନ୍ତି। ଯୁବତୀ କୈାଣସିମତେ ଏହି ଲୋକଙ୍କ କବଳରୁ ବାହାରି ପୋଲିସ୍ ନିକଟକୁ ପହଞ୍ଚିଥିଲେ ଏବଂ ତାଙ୍କ ସହ ଘଟିଥିବା କଥା ଶୁଣାଇଥିଲେ। ଏହାପରେ ପୋଲିସ୍ ଏହି ମାମଲାରେ ୩ଜଣ ମହିଳା ଏବଂ ୫ଜଣ ଯୁବକଙ୍କୁ ଗିରଫ କରିଛି।

ଯୁବତୀଙ୍କ କହିବାନୁସାରେ ତାଙ୍କୁ ଆସାମରୁ ଦିଲ୍ଲୀ କାମ କରିବାକୁ ଅଣାଯାଇଥିଲା ଏବଂ ଏହା ପରେ ତାଙ୍କୁ ଲୁଧିଆନାରେ ବିକି ଦିଆଯାଇଥିଲା। ଲୁଧିଆନାରେ ତାଙ୍କ ଦ୍ବାରା ଖରାପ କାମ କରାଯାଇଥିଲା ଏବଂ ଏହାପରେ ତାଙ୍କୁ ଜଲନ୍ଧର ପଠାଯାଇଥିଲା। ଜଲନ୍ଧରରୁ ପୀଡ଼ିତାଙ୍କୁ ଊନା ଜିଲ୍ଲାର ଦମ୍ପତି ନିଜ ସହ ନେଇ ଆସିଥିଲେ ଏବଂ ପୀଡ଼ିତାଙ୍କୁ ସେକ୍ସ ରାକେଟ ଧନ୍ଦାରେ ନିୟୋଜିତ କରିଥିଲେ। ଏହି ଦମ୍ପତିଙ୍କ ନାଁରେ ପୂର୍ବରୁ ମଧ୍ୟ ବେଶ୍ୟାବୃତ୍ତି ମାମଲା ରୁଜୁ ରହିଛି। ଯୁବତି ସେଠାରୁ ପଳାଇଯିବା କଥା କହିଲେ ଦମ୍ପତି ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ନିର୍ଯ୍ୟାତନା ସହି ନପାରି ଦିନେ ଯୁବତୀ ସେଠାରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ ଏବଂ ପୋଲିସଙ୍କ ଆଶ୍ରୟରେ ପହଞ୍ଚି ନିଜର ଦୁଃଖକଥା କହିଥିଲେ। ଏହାପରେ ପୋଲିସ୍ ତୁରନ୍ତ ସେହି ଦମ୍ପତିଙ୍କୁ ଗିରଫ କରିଥିଲା।

   Related Posts