ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଉପରେ ବିରୋଧୀ ନେତା କ୍ଷୁବ୍ଧ

Published By : Prameya-News7 Bureau | August 02, 2018 IST

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଉପରେ ବିରୋଧୀ ନେତାଏ କ୍ଷୁବ୍ଧ । ରାଜ୍ୟସଭା ପରିଚାଳନା ନେଇ ଏପରି ଅସନ୍ତୋଷ ସୃଷ୍ଟି ହୋଇଛି । ଭେଙ୍କେୟା ନାଇଡୁଙ୍କ ବିରୋଧରେ ବିରୋଧୀଙ୍କ ଅଭିଯୋଗ ବେଶ୍ ଲମ୍ବା । ରାଜ୍ୟ ସଭାରେ ବିଚର୍କ ଲାଗି ବିରୋଧୀ ସଦସ୍ୟଙ୍କୁ ଅନୁମତି ଦେଉନାହାନ୍ତି ଭେଙ୍କେୟା । ସରକାରୀ ଦଳର ସଦସ୍ୟଙ୍କ ସପକ୍ଷରେ ନିଷ୍ପତ୍ତି ସହ ବାରମ୍ବାର ଗୃହକୁ ମୁଲତବି ରଖାଯାଇଛି । ଏହା ରାଜ୍ୟସଭା ଅଧ୍ୟକ୍ଷଙ୍କ ମନମାନୀ ବୋଲି ବିରୋଧୀ ନେତାମାନେ ଯୁକ୍ତି ରଖିଛନ୍ତି । ଏପରିକି କିଛି ବିରୋଧୀ ନେତା ଭଙ୍କେୟା ନାଇଡୁଙ୍କ କିଛି କାର୍ଯ୍ୟ ପଦ୍ଧତି ନେଇ ଏଖ ଚିଠି ପ୍ରସ୍ତୁତ କରୁଛନ୍ତି । ସେମାନେ ଏକ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି । ଏଭଂ ସେହି ସମୟ ଆସିଲେ ସେହି ଚିଠିକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେବେ ବିରୋଧୀ । ନିକଟରେ ଗୃହକୁ ୧୦ ମିନିଟ୍ ମୁଲତବୀ ରଖାଯିବା ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଙ୍କ ପୁରା ଭାଷଣ ରଖିବାକୁ ଅନୁମତି ଦିଆଯିବା ଘଟମାରେ ବିରୋଧୀ ନେତାମାନେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି । ଭେଙ୍କେୟା ନାଇଡୁ ଅମ୍ପେୟାର ହେବା ବଦଳରେ ଖେଳାଳୀ ଭଳି ଆଚରଣ କରିଛନ୍ତି ବୋଲି ଜଣେ ବିରୋଧୀ ଦଳ ସଦସ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.