Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କରୋନା ପ୍ରକୋପ: ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

29/09/2020 at 10:13 PM

ନୂଆଦିଲ୍ଲୀ ୨୯।୦୯: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଆସିଛି ବଡ ଖବର। ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ସକାଳେ ଯାଞ୍ଚ ପାଇଁ ତାଙ୍କର ସ୍ଵାବ ପଠାଯାଇଥିଲା। ଏବେ ତାର ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନି। ଡାକ୍ତର ତାଙ୍କୁ ହୋମ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ସମସ୍ତେ ସେଲ୍‌ଫ ଆଇସୋଲେସନରେ ଅଛନ୍ତି।

ଉପରାଷ୍ଟ୍ରପତିଙ୍କ ସଚିବାଳୟ ଟ୍ଵିଟର ହ୍ୟାଣ୍ଡେଲରୁ ଟ୍ଵିଟ୍ କରି କୁହାଯାଇଛି ଯେ ସେପ୍ଟେମ୍ବର ୨୯ରେ ସକାଳ ରୁଟିନରେ କରୋନା ପରୀକ୍ଷଣ ହୋଇଛି। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ ଉପ ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟ ସୁସ୍ଥ ହୋଇଛି ଏବଂ ତାଙ୍କଠାରେ କୌଣସି କରୋନା  ଲକ୍ଷଣ ଆସିନାହିଁ। ଉପ ରାଷ୍ଟ୍ରପତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ମଧ୍ୟ କରୋନା ଟେଷ୍ଟ କରାଯାଇଛି। କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ସତର୍କତାମୂଳକ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ହୋମ ଆଇସୋଲେସନରେ ଅଛନ୍ତି।

   Related Posts