Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ; ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

24/08/2018 at 9:55 PM

ଭୁବନେଶ୍ୱର ୨୫/୮ : ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଭେଙ୍କିୟା ଆସିଛନ୍ତି । ଏୟାରପୋର୍ଟରେ ଉପରାଷ୍ଟ୍ରପତିଙ୍କ ବିମାନ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଭେଙ୍କିୟା ନାଇଡୁଙ୍କୁ ସ୍ବାଗତ କରିଥିଲେ । ଏହାପରେ ବିମାନ ବନ୍ଦରରୁ ରାଜଭବନ ଯାଇଛନ୍ତି । ସେଠାରୁ ସିଧାସଳଖ ଏମ୍ସ ଯିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦେଶର ୬ଟି ନୂଆ ଏମ୍ସ ଭିତରେ ଭୁବନେଶ୍ୱର ଏମ୍ସ ପ୍ରଥମ ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି । ଏଥିରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗେଦେବେ । ଏହାସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେବେ । ଏମ୍ସସ ସମାବର୍ତ୍ତନ ଉତ୍ସବରେ ୧୦୬ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଏଥିରେ ୫୦ ଜଣ ଏମବିବିଏସ୍ ଛାତ୍ରଛାତ୍ରୀ ଏବଂ ୫୬ ଜଣ ବିଏସସି ନର୍ସିଂ ଛାତ୍ରୀ ରହିଛନ୍ତି । ଏହି ଅବସରରରେ ବିଭିନ୍ନ ବିଭାଗର ୨୪ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ୨୦୧୨ ପ୍ରଥମ ବ୍ୟାଚ୍ ର ଏମବିବିଏସ ଅନଗା ମେନନଙ୍କୁ ୧୧ ସ୍ବର୍ଣ୍ଣ ପଦକ ମିଳିବ । ସେହିଭଳି ବିଏସସି ନର୍ସିଂରେ ଶିଭାନୀଙ୍କୁ ୫ଟି ସ୍ବର୍ଣ୍ଣ ପଦକ ମିଳିବ ।

   Related Posts