Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||

ସିୟା ଧର୍ମଗୁରୁ ଏବଂ ମୁସଲିମ୍ ପର୍ସନାଲ୍ ଲ ବୋର୍ଡ଼ର ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ୮୧ବର୍ଷ ବୟସରେ ଦେହାନ୍ତ

25/11/2020 at 8:23 AM

ଲକ୍ଷ୍ନୌ ୨୫/୧୧: ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନଲ୍ ଲ ବୋର୍ଡ଼ର ଉପାଧ୍ୟକ୍ଷ ମୌଲାନା ଡା. କଲବେ ସାଦିକଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ନିଃଶ୍ବାସ ନେବାରେ ଅସୁବିଧା ଏବଂ ନିମୋନିଆ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସିୟା ଧର୍ମଗୁରୁ ମୌଲାନା ଡା. କଲବେ ସାଦିକ ଲକ୍ଷ୍ନୌ ସ୍ଥିତ ଏରା ମେଡିକାଲ୍ କଲେଜରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ରାତି ପାଖାପାଖି ୧୦ଟାରେ ତାଙ୍କର ପରଲୋକ ହୋଇଛି। ତାଙ୍କର ପରଲୋକର ସୂଚନା ତାଙ୍କ ଝିଅ ସିବ୍ତେନ ନୂରୀ ଦେଇଥିଲେ। ମୌଲାନା କଲବେ ସାଦିକ ଦୀର୍ଘ ଦିନରୁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ ବୋର୍ଡ଼ର ଉପାଧ୍ୟକ୍ଷ ଥିଲେ ।ସେ ୮୧ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଡା.କଲବେ ସାଦିକ ଭାଇଚାରା ଏବଂ ପ୍ରେମର ବାର୍ତ୍ତା ଦେଉଥିବା ଜଣେ ସିୟା ଧର୍ମଗୁରୁ ଥିଲେ। ସେ ଶିକ୍ଷାକୁ ମଧ୍ୟ ଗୁରୁତ୍ବ ଦେଉଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୌଲାନା କଲବେ ସାଦିକଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଦିବଂଗତ ଆତ୍ମାର ଶାନ୍ତି କାମନା କରି ଶୋକ ସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ସମ୍ବେଦନା ବ୍ୟକ୍ତ କରିଛନ୍ତି।

ମୌଲାନା କଲବେ ସାଦିକଙ୍କ ବାପା ମୌଲାନା କଲବେ ହୁସେନ ଏବଂ ତାଙ୍କ ଭାଇ ମୌଲାନା କଲବେ ଆବିଦ ମୁସଲିମ୍ ସମୁଦାୟରେ ଏକ ମଜବୁତ ପରିଚୟ ସୃଷ୍ଟି କରିଥିଲେ। ମୌଲାନା କଲବେ ସାଦିକଙ୍କ ପ୍ରାରମ୍ଭିକ ଶିକ୍ଷା ଲକ୍ଷ୍ନୌରେ ହୋଇଥିଲା। ସେ ଅଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ। ସେ ଆରବିରେ ପିଏଚଡି ମଧ୍ୟ କରିଥିଲେ।

   Related Posts