ଆଜି ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ : ବଲାଙ୍ଗୀର BPCL ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ସହ ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଦେବେ ଯୋଗ

Published By : Prameya-News7 Bureau | December 27, 2019 IST

ବଲାଙ୍ଗୀର ୨୭।୧୨: ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ଆଜି ସକାଳ ୮ଟା ୩୦ରେ ରାୟପୁର ଏୟାରପେ।ର୍ଟଠାରୁ ସ୍ବତନ୍ତ୍ର ହେଲିକାପ୍ଟର ଯେ।ଗେ ଆସି ୯ଟା ୧୫ ମିନିଟରେ ବଲାଙ୍ଗୀର ପଥରଚେତା ହାଲିପ୍ୟାଡଠାରେ ପହଞ୍ଚିବେ ଉପରାଷ୍ଟ୍ରପତି । ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ।

{"id":203148,"sizeSlug":"large"}

ପ୍ରଥମେ ବରକାନିଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ BPCL ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ଲୋକାର୍ପିତ କରିବେ । ଏହାପରେ ୧୦ଟା ୧୫ ମିନିଟରେ ବରକାନିଠାରୁ ବାହାରି ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯେ।ଗଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

{"id":203149,"sizeSlug":"large"}

ତେବେ ୨ଟି କାର୍ଯ୍ୟକ୍ରମରେ ଏକ ଘଣ୍ଟା ୧୦ ମିନିଟ୍ କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବଲାଙ୍ଗୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

{"id":203150,"sizeSlug":"large"}

ଅନ୍ୟପଟେ ରାଜେନ୍ଦ୍ର କଲେଜ ପ୍ଳାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଯୋଗ ଦେବେନାହିଁ । ନିମନ୍ତ୍ରଣ ପତ୍ରରେ ତାଙ୍କର ନାଁ ଥିଲେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ଭାବରେ କମିଟି ଡାକି ନଥିବାରୁ ସେ ସାମିଲ ହୋଇପାରିବେ ନାହିଁ ବୋଲି କହିଛନ୍ତି । ସେପଟେ କମିଟି ତରଫରୁ ଭୁବନେଶ୍ବର ଘରେ ନିମନ୍ତ୍ରଣ କରାଯାଇଛି । ଯଦି ବି କିଛି ଭୁଲ୍ ହୋଇଛି ତାହେଲେ ଆମେ କ୍ଷମା ମାଗୁଛୁ ବୋଲି କମିଟି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.