Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

କରୋନା ପାଇଁ ସହଯୋଗର ହାତ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଗୋଟିଏ ମାସର ଦରମା ପ୍ରଦାନ କଲେ ଉପ-ରାଷ୍ଟ୍ରପତି

28/03/2020 at 9:57 AM

ନୂଆଦିଲ୍ଲୀ ୨୮।୦୩: ଦେଶରେ ହୁ ହୁ ହୋଇ ବଢିବାର ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସରକାରଙ୍କ ହାତ ମିଶାଇବାକୁ ଦେଶର ପ୍ରତିଷ୍ଠିତ ଲୋକମାନ ମଧ୍ୟ ସହଯୋଗର ହାତ ବଢାଉଛନ୍ତି । ତେବେ ସେହିପରି କରୋନା ମୁକାବିଲା ପାଇଁ ଭାରତର ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ (PMNRF)କୁ ଗୋଟିଏ ମାସର ଦରମା ପ୍ରଦାନ କରିଛନ୍ତି ।

ଶୁକ୍ରବାର ଦିନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିଜର ଗୋଟିଏ ମାସର ଦରମା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ଏହି ଦରମା । ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ନେତୃତ୍ୱରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତ ଏହି ମହାମାରୀର ମୁକାବିଲା କରୁଛି । ତେଣୁ ମୋ ପକ୍ଷରୁ ଏହା ଛୋଟ ଅବଦାନ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।  ଦେଶରେ କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ଗାଗତ ଜଣାଇଛି । ଭାରତ ସରକାରଙ୍କୁ ବିଭିନ୍ନ ଦିଗରୁ ଭିନ୍ନ ଭିନ୍ନ ବିଶିଷ୍ଠ ବ୍ୟକ୍ତି ନିଜର ସହଯୋଗର ହାତ ବଢାଇଛନ୍ତି । ଯେପରି କ୍ରିକେଟର , ବଲିଉଡ୍‌ ତାରକା ମାନେ ସହଯୋଗର ହାତ ବଢାଇଛନ୍ତି ।  

   Related Posts