ପୋଲିସ ବିନା ଅନୁମତିରେ କ୍ୟାମ୍ପସରେ ପ୍ରବେଶ କରିଛି- ଜାମିଆ ବିଶ୍ବବିଦ୍ୟାଳୟରେ କୁଳପତି ନଜମା ଅଖତର

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨:  ନୂଆଦିଲ୍ଲୀ ଜାମିଆ ବିଶ୍ବବିଦ୍ୟାଳୟରେ ହିଂସା ନେଇ କୁଳପତି ନଜମା ଅଖତର ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୋଲିସ ବିନା ଅନୁମତିରେ କ୍ୟାମ୍ପସରେ ପ୍ରବେଶ କରିବା ସହ ଲାଇବ୍ରେରୀରେ ପଶି ଲାଠିଚାର୍ଜ କରିଛି ।  ଏନେଇ FIR କରାଯିବ ତେବେ କାହା ନାଁରେ ମାମଲା ରୁଜୁ କରାଯିବନି ।  ପୋଲିସ କାର୍ଯ୍ୟାନୁଷ୍ଠାନରେ ଛାତ୍ରଛାତ୍ରୀ ଭୟଭୀତ ହୋଇ ଯାଇଛନ୍ତି । ପୋଡାଜଳା ସହ ଆମର କୌଣସି ସଂପର୍କ ନାହିଁ, ଆମେ କୌଣସି ରାଜନୈତିକ ଦଳକୁ ଡାକିନଥିଲୁ ବୋଲି କୁଳପତି କହିଛନ୍ତି । ଜାମିଆକୁ ଟାର୍ଗେଟ କରାନଯାଉ । ଜାମିଆକୁ ବଦନାମ କରାନଯାଉ ବୋଲି କହିବା ସହ ପୁରା ମାମଲାରେ ଉଚ୍ଚସ୍ତରୀୟ ଯାଞ୍ଚ କରିବାକୁ କୁଳପତି ଦାବି କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1206478088713863168","type":"rich","providerNameSlug":"twitter","className":""}
https://twitter.com/ANI/status/1206478088713863168
/wp:core-embed/twitter

ସୂଚନାଯୋଗ୍ୟ ଯେ, ରବିବାର ଦିନ ଜାମିଆ ଅଞ୍ଚଳରେ ବିକ୍ଷୋଭରେ ସଂପୃକ୍ତି ଅଭିଯୋଗରେ ଅଟକ ଥିବା ୫୦ ଜଣ ଛାତ୍ରଙ୍କୁ ପୋଲିସ ଛାଡ଼ିଦେଇଥିଲା । ନାଗରିକତା ସଂଶୋଧନ ଆଇନ ବିରୋଧରେ ଦକ୍ଷିଣ ଦିଲ୍ଲୀରେ ଗତକାଲି ହିଂସା ଦେଖିବାକୁ ମିଳିଥିଲା ।  ପ୍ରଦର୍ଶନକାରୀମାନେ  ୩ଟି ବସରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ ବାହିନୀ ଗାଡି ଉପରକୁ ମଧ୍ୟ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲେ । ପ୍ରଦର୍ଶନ ସମୟରେ ବସ ପୋଡି ଏବଂ  ଭଙ୍ଗାରୁଜା ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ କିଛି ଛାତ୍ରଙ୍କୁ ଅଟକ ରଖିଥିଲା । ତେବେ ୩୫ ଜଣ ଛାତ୍ରଙ୍କୁ କାଲକାଜୀ ପୋଲିସ ଷ୍ଟେସନ ଏବଂ ୧୫ ଜଣ ଛାତ୍ରଙ୍କୁ ଫ୍ରେଣ୍ଡସ କଲୋନୀ ପୋଲିସ ଷ୍ଟେସନରୁ ଛାଡ଼ି ଦିଆଯାଇଛି । ତେବେ ପରିସ୍ଥିତିକୁ ଦେଖି ଜାମିଆ ୟୁନିଭର୍ସିଟି ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇଛି। ଜାନୁଆରୀ ୫ତାରିଖ ଯାଏଁ ଜାମିଆ ବିଶ୍ବ ବିଦ୍ୟାଳୟ ଛୁଟି ଘୋଷଣା କରି ଦିଆଯାଇଛି । ଏହାପରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଛାଡୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.