ଭାଇସ ଏଡମିରାଲ କରମବୀର ସିଂ ହେବେ ଦେଶର ୨୪ତମ ନୌସେନା ମୁଖ୍ୟ
23/03/2019 at 5:07 PM

ଦିଲ୍ଲୀ ୨୩/୩ : ଭାଇସ ଏଡମିରାଲ କରମବୀର ସିଂ ହେବେ ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ହେବେ | କରମବୀର ସିଂ ବର୍ତ୍ତମାନ ବିଶାଖାପାଟନମରେ ପୂର୍ବୋତ୍ତର ନୌସେନାର ଫ୍ଲାଗ୍ ଅଫିସର କାମାଣ୍ଡିଙ୍ଗ ଇନ ଚିଫ ଅଛନ୍ତି | ରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ ଏନେଇ ଆଜି ସୂଚନା ଦେଇଛନ୍ତି | କରମବୀର ସିଂ ଏଡମିରାଲ ସୁନୀଲ ଲାମ୍ବାଙ୍କ ସ୍ଥାନରେ ନିଯୁକ୍ତ ହେବେ | ସୁନୀଲ ଲାମ୍ବା ମେ ୩୧ ତାରିଖରେ ଅବସର ଗ୍ରହଣ କରିବେ | ୨୦୧୬ ମସିହା ମେ ମାସରେ ସୁନୀଲ ଲାମ୍ବା ନିଜ କାର୍ଯ୍ୟକାଳ ଆରମ୍ଭ କରିଥିଲେ |
ଏଡମିରାଲ କରମବୀର ସିଂ ଭାରତୀୟ ନୌସେନାର ୨୪ତମ ମୁଖ୍ୟ ଭାବେ ନିଯୁକ୍ତ ହେବେ | କରମବୀର ସିଂ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଖଡଗବାସଲାର ଛାତ୍ର ଥିଲେ | ସେ ୧୯୮୦ ମସିହା ଜୁଲାଇ ମାସରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ |
କରମବୀରଙ୍କ ପିତା ମଧ୍ୟ ଭାରତୀୟ ବାୟୁସେନାରେ ଥିଲେ | କରମବୀରଙ୍କ ଘର ଜଳନ୍ଧରରେ | ନିଜର ୩୭ ବର୍ଷର କ୍ୟାରିଅରରେ ତାଙ୍କୁ ଅନେକ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରାଯାଇଛି | ୨୦୧୮ ମସିହାରେ ସେବା ପାଇଁ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଇବିଏସଏମ ଏବଂ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା |
ଇଣ୍ଡିଆନ କୋଷ୍ଟ ଗାର୍ଡ, ଯୁଦ୍ଧ ଜଳପୋତ ଆଇଏନଏସ ବିଜୟଦୁର୍ଗ, ଆଇଏନଏସ ରାଣା ଏବଂ ଆଇଏନଏସ ଦିଲ୍ଲୀ ଭଳି ବଡ ବଡ ଜାହାଜ ତାଙ୍କ ନିୟନ୍ତ୍ରଣରେ ଥିଲା | କରମବୀର ସିଂ ଜଣେ ହେଲିକେପ୍ଟର ପାଇଲଟ ମଧ୍ୟ|