Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ହିନ୍ଦୁ ଦେବୀଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ପ୍ରସଙ୍ଗରେ ଟ୍ୱିଟର ବିରୋଧରେ ମାମଲା ରୁଜ୍ଜୁ କଲେ ବିଶ୍ୱ ହିନ୍ଦୁ ପରିଷଦ ନେତା

5/09/2020 at 4:12 PM

ନୂଆଦିଲ୍ଲୀ ୦୫/୦୯ : ବିଶ୍ୱ ହିନ୍ଦୁ ପରିଷଦର ପ୍ରବକ୍ତା ବିନୋଦ ବଂଶଲ ସୋସିଆଲ ମାଇକ୍ରୋ ବ୍ଲଗିଂଗ ସାଇଟ ଟ୍ୱିଟର ବିରୋଧରେ ଦିଲ୍ଲୀ ଓ ମୁମ୍ବାଇରେ ମାମଲା ରୁଜ୍ଜୁ କରିଛନ୍ତି | ଟ୍ୱିଟରରେ ଇରାନର ଜଣେ କାନାଡିଆନ ଲେଖକ ହିନ୍ଦୁ ଦେବୀଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିଲେ | ଏହି ମାମଲାରେ ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗ କରିଛି କେ ଏହି ମାମଲାରେ ଅପମାନଜନକ ପୋଷ୍ଟ ସତ୍ତ୍ୱେ ଲେଖକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଅରମାନି ନୱାବି ନାମକ ଜଣେ ଲେଖକ ସେପ୍ଟେମ୍ବର ୩ ତାରିଖରେ ଏହି ପୋଷ୍ଟ କରିଥିଲେ | 

ବିନୋଦ ବଂଶଲ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ସେ ଏହି ଲେଖକଙ୍କ ବିରୋଧରେ ଦିଲ୍ଲୀ ଓ ମୁମ୍ବାଇରେ ଔପଚାରିକ ଭାବେ ଅଭିଯୋଗ କରିଛନ୍ତି | ସେ ନିଜ ଟ୍ୱିଟରେ ଗୃହ ମନ୍ତ୍ରାଳୟ, ଭାରତରେ ଇରାନ ଓ କାନାଡ଼ା ଦୂତାବାସକୁ ମଧ୍ୟ ଟ୍ୟାଗ କରିଛନ୍ତି | ଏହାସହ ଅଭିଯୋଗର ଏକ କପି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରେଡ଼ୋ ଓ ଇରାନ ରାଷ୍ଟ୍ରପତି ହସନ ରୁହାନିଙ୍କୁ ମଧ୍ୟ ପଠାଇଛନ୍ତି | 

ବଂଶଲ ଟ୍ୱିଟ କରି ଲେଖିଛନ୍ତି, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଟ୍ୱିଟର ଇଣ୍ଡିଆ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯେଉଁମାନେ ଅପମାନଜନକ ପୋଷ୍ଟକୁ ଟ୍ୱିଟ କରିବାକୁ ଅନୁମତି ଦେଇଛନ୍ତି | ଟ୍ୱିଟରର ଏହିଭଳି ପଲିସୀ ହେବା ଦରକାର ଯେ ରାଜ୍ୟ ଓ ଧର୍ମ ବିରୋଧୀ ପୋଷ୍ଟ କରି ପାରିବେ ନାହିଁ | ପରିଷଦ ନେତା କହିଛନ୍ତି ଯେ ହିନ୍ଦୁଙ୍କୁ ଉସୁକାଇବା ଏବଂ ଭଡକାଇବା ନୱାବିଙ୍କ ଇରାଦା ଥିଲା | ଯେପରିକି ସମାଜରେ ଅଶାନ୍ତି ସୃଷ୍ଟି ହେବ | ବଂଶଲ କହିଛନ୍ତି ଯେ ଏଥିପାଇଁ ଟ୍ୱିଟର ମଧ୍ୟ ଦାୟୀ |

   Related Posts