ବିଶ୍ବ ହିନ୍ଦୁ ପରିଷଦର ଘୋଷଣା : ରାମ ମନ୍ଦିର ନିକଟରେ ନିର୍ମାଣ ହେବ ବିଜୟ ସ୍ତମ୍ଭ , କରସେବକଙ୍କୁ କରାଯିବ ପୂଜା

Published By : Prameya-News7 Bureau | February 05, 2020 IST

ଅଯୋଧ୍ୟା ୫/୨: ବିଶ୍ବ ହିନ୍ଦୁ ପରିଷଦ(VHP) ରାମ ମନ୍ଦିର ନିର୍ମାଣ ପରେ ଅମର ଜବାନ ଜ୍ୟୋତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବିଜୟ ସ୍ତମ୍ଭ ନିର୍ମାଣ କରାଯିବ। ଏହି ବିଜୟ ସ୍ତମ୍ଭ ଉପରେ ଏକ ଜ୍ୟୋତି ସବୁବେଳେ ପ୍ରଜ୍ଜ୍ବଳିତ ହେବ। ଏହି ସ୍ତମ୍ଭ ଉପରେ ପ୍ରାଣ ହରାଇଥିବା କରସେବକଙ୍କ ନାଁ ଲେଖାଯିବ।

ଯେଉଁ ବ୍ୟକ୍ତିଙ୍କ ନାଁ ଏଥିରେ ଅଙ୍କିତ ହେବ ତାଙ୍କୁ ଧର୍ମ ଯୋଦ୍ଧା ଏବଂ ରାମ ଯୋଦ୍ଧା ରୂପେ ଅଭିହିତ କରାଯିବ। ରାମ ମନ୍ଦିରରେ ଦର୍ଶନ କରିବାକୁ ଆସୁଥିବା ଲୋକେ ଏଠାରେ ମଧ୍ୟ ପୂଜା ପାଠ କରିବେ। ପ୍ରାଣ ହରାଇଥିବା କରସେବକଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ମଧ୍ୟ ପ୍ରତି ବର୍ଷ ଏବେ ରାମ ମନ୍ଦିର ପରିସରରେ ସମ୍ପନ୍ନ ହେବ।

ଏଥିପାଇଁ ଶ୍ରଦ୍ଧାଞ୍ଜଳି ସଭା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ। ଏବେ ସୁଦ୍ଧା ମୃତ୍ୟୁବରଣ କରିଥିବା କରସେବକଙ୍କ ଚିତ୍ର ରାମ ଜନ୍ମଭୂମି ନିର୍ମାଣ କାର୍ଯ୍ୟଶାଳାରେ ଲଗାଯାଇଛି। ଯେଉଁମାନେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜର ମହତ୍ ଯୋଗଦାନ କରିଛନ୍ତି ସେମାନଙ୍କ ଚିତ୍ର ମଧ୍ୟ ଏଥିରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.