Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆସନ୍ତାକାଲି ଅଯୋଧ୍ୟାରେ ବିଶ୍ବହିନ୍ଦୁ ପରିଷଦର ଧର୍ମସଭା, ସାମିଲ ହେବେ ଆରଏସଏସ ଓ ଭିଏଚପିର ଲକ୍ଷାଧିକ କର୍ମୀ

24/11/2018 at 12:07 PM

ଅଯୋଧ୍ୟା ୨୪|୧୧:  ଆସନ୍ତାକାଲି ଅଯୋଧ୍ୟାରେ ଏକାଠି ହେବାକୁ ଯାଉଛନ୍ତି ପ୍ରାୟ ୨ଲକ୍ଷ ଆରଏସଏସ୍ ଏବଂ ବିଶ୍ବ ହିନ୍ଦୁ ପରିଷଦ କର୍ମୀ । ଏହାସହ ବହୁସଂଖ୍ୟାରେ ଶିବସେନା କର୍ମୀ ଏବଂ ସାଧୁ ସନ୍ଥ ମଧ୍ୟ ସାମିଲ ହେବେ । ଆରଏସ୍ଏସ୍ କର୍ମକର୍ତ୍ତାଙ୍କ ଅନୁଯାୟୀ ଏହା ହେବ ଅଯୋଧ୍ୟାରେ ଶେଷ ଧର୍ମସଭା । ଏତେ ସଂଖ୍ୟାରେ କର୍ମୀ ଏବଂ ସାଧୁ ସନ୍ଥ ଏକାଠି ହେଉଥିବାରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସାରା ଅଯୋଧ୍ୟା ସହରରେ ୧୪୪ଧାରା ଜାରି କରାଯାଇଛି । ରାମ ମନ୍ଦିର ନିର୍ମାଣ ନେଇ ଦାବି ଜୋର ଧରୁଛି । ବିଜେପି ସହ ସ୍ବର ମିଶାଇଛି ଶିବସେନା । ତେଣୁ ରାମ ମନ୍ଦିରକୁ ପ୍ରସଙ୍ଗ କରି ୨୦୧୯ ନିର୍ବାଚନ ଆଗରୁ ଏହି ସମାବେଶ ଏକରକମର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଇପାରେ । ଦିଲ୍ଲୀରେ ଅନୁଷ୍ଠିତ ସାଧୁ ସମାବେଶରେ ରାମ ମନ୍ଦିର ନିର୍ମାଣ ନେଇ ଡିସେମ୍ବର ୬ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ ସରକାରଙ୍କୁ ଅଲଟିମାଟମ୍ ଦେଇଥିଲେ ସାଧୁସନ୍ଥ । ନହେଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଥିଲେ । ଆଉ ଆସନ୍ତାକାଲି ଅଯୋଧ୍ୟାରେ ଏତେ ସଂଖ୍ୟାରେ ଶିବସେନା, ଭିଏଚପି ଏବଂ ଆରଏସ୍ଏସ୍ କର୍ମୀ ଏକାଠି ହେଉଛନ୍ତି ।

   Related Posts