Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଭେଟେରାନ୍ ଦିଲ୍ଲୀପ କୁମାର

2/05/2021 at 7:26 AM

ମୁମ୍ୱାଇ ୨/୫: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ଚିକିତ୍ସା ପାଇଁ ସେ ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଅଛନ୍ତି । ପତ୍ନୀ ସାୟରା ବାନୁୁ କହିଲେ ରୁଟିନ ଚେକଅପ୍ ପାଇଁ ସେ ଆସିଛନ୍ତି । ଏହାସହ ସେ କହିଛନ୍ତି ଇଶ୍ୱରଙ୍କ କୃପାରୁ ଆମେ ଖୁବଶୀଘ୍ର ଘରକୁ ଫେରିଆସିବୁ । ସେ କହିଛନ୍ତି ଆମେ ବର୍ତ୍ତମାନ ଏକ ନନ କୋଭିଡ ହସ୍ପିଟାଲରେ ଅଛୁ । ଯେଉଁଭଳି ମହାମାରୀ ବ୍ୟାପୁଛି ସେ ପରିସ୍ଥିତିରେ ଏଠାରେ ରହିବା ବିପଦ ଜନକ ।

ଯଦି ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସେ ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଏଠାରୁ ଯଥାଶୀଘ୍ର ପଳାଇବୁ । ସୂଚନା ଥାଉକି ୯୮ ବର୍ଷୀୟ ଏହି ଭେଟେରାନ୍ ଅଭିନେତା ଚଳିତ ବର୍ଷ କରୋନା ପାଇଁ ନିଜର ଜନ୍ମଦିନ ପାଳନ କରିନଥିଲେ । ଏହାସହ ୨୦୨୦ ବର୍ଷ ତାଙ୍କ ପାଇଁ ବେଶ୍ ଦୁଃଖଦ ବର୍ଷ ଥିଲା । କାରଣ ସେ ତାଙ୍କର ୨ ଭାଇଙ୍କୁ ହରାଇଛନ୍ତି ।

   Related Posts