ବରିଷ୍ଠ ଗାୟକ ମହମ୍ମଦ ଅଜିଜଙ୍କ ପରଲୋକ
27/11/2018 at 6:29 PM

ମୁମ୍ବାଇ ୨୭/୧୧ : ବରିଷ୍ଠ ଗାୟକ ମହମ୍ମଦ ଅଜିଜଙ୍କ ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା | ମୁମ୍ବାଇ ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି | ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ୧୯୫୪ ମସିହା ଜୁଲାଇ ୨ ତାରିଖରେ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ | ସେ ବଲିଉଡରେ ଜଣେ ବରିଷ୍ଠ ଗାୟକ | ସେ ହିନ୍ଦୀ ଛଡା ଓଡ଼ିଆ ଏବଂ ବଙ୍ଗାଳି ଗୀତ ମଧ୍ୟ ଗାଇଛନ୍ତି | ସେ ବିଭିନ୍ନ ଭାଷାରେ ପାଖାପାଖି ୨୦ ହଜାର ଗୀତ ଗାଇଛନ୍ତି | ଟ’ଛଡା ୧୦୦ ରୁ ଅଧିକ ଭଜନ ମଧ୍ୟ ଗାଇଛନ୍ତି |