ହେଲୋ... ମୁଁ ଆସୁଛି ଭୁବନେଶ୍ବର : ହାଇଦ୍ରାବାଦରୁ ସୁସ୍ଥ ହୋଇ ଫେରୁଥିବାବେଳେ ଏକଥା କହିଲେ ବିଜୟ ମହାନ୍ତି

Published By : Prameya-News7 Bureau | June 13, 2020 IST

ଭୁବନେଶ୍ବର ୧୩/୬: ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରୁଛନ୍ତି। ସେ ହୃଦରୋଗରେ ପୀଡ଼ିତ ଅଛନ୍ତି। ଭୁବନେଶ୍ବରରୁ ଯାଇଥିବା ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଆଜି ଓଡ଼ିଶା ଅଣାଯାଉଛି।

 ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ବିଜୟ ମହାନ୍ତି ଓଡ଼ିଶା ଫେରୁଛନ୍ତି। ଓଡ଼ିଶା ଫେରିବା ପୂର୍ବରୁ ବିଜୟ ମହାନ୍ତି ଫ୍ୟାନ୍ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ  ହେଲୋ... ମୁଁ ଆସୁଛି ଭୁବନେଶ୍ବର।

ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଜୟ ମହାନ୍ତି ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ । ୧୯୭୭ ମସିହାରେ 'ଚିଲିକା ଚୀରେ' କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.