ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷଙ୍କ ପରଲୋକ

22/08/2018 at 9:19 PM

ଭୁବନେଶ୍ୱର ୨୩/୮ : ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷ ଆଉ ଇହଜଗତରେ ନାହାନ୍ତି । ଗତକାଲି ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ସେ ଗତ ଏପ୍ରିଲ ମାସରୁ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ।
୧୯୪୨ ମସିହା ଡିସେମ୍ବର ୨ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଇଡକୋରେ ଚାକିରୀ କରିଥିବା ସ୍ବର୍ଗତ ବୋଷ୍ ୮୦ଦଶକରେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଚରିତ୍ର ଅଭିନୟରେ ସେ ଅତ୍ୟନ୍ତ ନିପୁଣ ଥିଲେ ।
‘ତପସ୍ୟା’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଜଗା ହାତରେ ପଘା, ସହରୀ ବାଘ, ପୁଅ ମୋର କଳା ଠାକୁର ଆଦି ଶହେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ୨୦୧୪ ମସିହାରେ ‘ରାସ୍ତା’ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ।
କେବଳ ଚଳଚ୍ଚିତ୍ର ନୁହେଁ ବିଭିନ୍ନ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିବା ସହ ମଞ୍ଚ ଅଭିନୟରେ ମଧ୍ୟ ବେଶ୍ ଦକ୍ଷ ଥିଲେ । ଖାଲି ଅଭିନୟ ନୁହେଁ ନୃତ୍ୟରେ ମଧ୍ୟ ସେ ନିପୁଣ ଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ । ସେ ଓଡ଼ିଆ ସିନେମାରେ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ପରଲୋକରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

   Related Posts