Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ଦେହାନ୍ତ, ଟ୍ୱିଟ୍ କରି ଶୋକ ପ୍ରକାଶ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

26/07/2021 at 12:14 PM

ମୁମ୍ବାଇ ୨୬/୦୭ : ଜଣାଶୁଣା କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ୭୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଜୟନ୍ତୀ ଆଜି ସକାଳେ ବାଙ୍ଗାଲୋରରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ହେତୁ କନ୍ନଡ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏକ ଟୁଇଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ବହୁତ ବଡ। କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

କନ୍ନଡ ବ୍ୟତୀତ ଜୟନ୍ତୀ ତାଙ୍କ କ୍ୟାରିୟରରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ଫିଲ୍ମ କରିଥିଲେ। ହିନ୍ଦୀରେ ସେ ଷାଠିଏ ଦଶକରେ ‘ତିନ ବହୁରାନିଆ’, ‘ତୁମସେ ଆଛା କୌନ ହେ’ ଏବଂ ‘ଗୁଣ୍ଡା’ରେ କାମ କରିଥିଲେ।

ଅଭିନୟରେ ଜୟନ୍ତୀଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଅଭିନୟ ଶାରଦେ ବା ଅଭିନୟର ଦେବୀ କୁହାଯାଉଥିଲା। ୧୯୬୦ ରୁ ୮୦ ଦଶକ ପର୍ଯ୍ୟନ୍ତ ସେ ୫୦୦ ରୁ ଅଧିକ ଫିଲ୍ମରେ କାମ କରିଥିଲେ। ସେ ସାତଥର କର୍ଣ୍ଣାଟକ ରାଜ୍ୟ ଫିଲ୍ମ ପୁରସ୍କାର ଏବଂ ଦୁଇଥର ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ତାଙ୍କୁ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

   Related Posts