ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ପରଲୋକ

Published By : Prameya-News7 Bureau | August 22, 2018 IST

ନୂଆଦିଲ୍ଲୀ ୨୩/୮ : ଦେଶର ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା । ୧୯୨୩ ମସିହା ଅଗଷ୍ଟ ୧୪ତାରିଖରେ କୁଲଦୀପଙ୍କ ଜନ୍ମ ହୋଇଥିଲା । ଦୀର୍ଘକାଳ ଧରି ସାମ୍ବାଦିକତା କରିଆସୁଥିଲେ କୁଲଦୀପ । ୧୯୯୦ ମସିହାରେ ଭାରତର ହାଇ କମିଶନର ଭାବେ ବ୍ରିଟେନରେ ଅବସ୍ଥାପିତ ହୋଇଥିଲେ । ୧୯୯୭ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ । ଇନ୍ ବିଟୁଇନ୍ ଦ ଲାଇନସ, ଓ୍ବାନ ଲାଇଫ୍ ଇଜ୍ ନଟ୍ ଇନଫ୍ ଭଳି ବହୁ ପୁସ୍ତକ ସେ ରଚନା କରିଛନ୍ତି । ଜଣେ ଉଚ୍ଚକୋଟିର ରାଜନୈତିକ ବିଶ୍ଳେଷକ ଭାବେ ତାଙ୍କର ଖ୍ୟାତି ରହିଥିଲା । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଗିରଫ ହୋଇଥିଲେ । ଭାରତ ଓ ପାକିସ୍ତାନର ୫୦ରୁ ଅଧିକ ଖବରକାଗଜ ପାଇଁ ନିୟମିତ ସ୍ତମ୍ଭ ଲେଖିଆସୁଥିଲେ ନାୟାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.