Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମହେନ୍ଦ୍ର ସିଂ ଧୋନୀଙ୍କ ପୋଲ ଖୋଲିବେ ଯୋଗରାଜ ସିଂହ, କହିଲେ ରାଜନୀତିରୁ ଏବେ ହଟିବ ପରଦା

24/06/2019 at 5:00 PM

କ୍ରିକେଟର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଯୁବରାଜ ଘୋଷଣା କରିଥିବା ବେଳେ ତାଙ୍କ କ୍ରିକେଟ କ୍ୟାରିୟରର ଅବିସ୍ମରଣୀୟ ମୁହୁର୍ତ୍ତ ସବୁ ଗଣମାଧ୍ୟମରେ ବଖାଣିଥିଲେ। ତେବେ ଯୁବରାଜଙ୍କ ପିତା ତଥା ଭାରତୀୟ ଟେଷ୍ଟ ଟିମର ପୂର୍ବତନ ଦ୍ରୁତ ବୋଲର ଯୋଗରାଜ ସିଂହ କ୍ରିକେଟରୁ ତାଙ୍କ ପୁଅଙ୍କ ସନ୍ୟାସର କାରଣ ଏବେ ଉଜାଗର କରିବେ ବୋଲି ଘୋଷଣା କରିଛନ୍ତି। ଯାହା ଏବେ କ୍ରିକେଟ ଜଗତରେ ଚହଳ ପକାଇଛି।

ଯୋଗରାଜଙ୍କ କହିବା କଥା ହେଲା ତାଙ୍କ ପୁଅ ଇଣ୍ଡିଆନ କ୍ରିକେଟର କୁତ୍ସିତ ରାଜନୀତିର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ ଦେଶରେ ଏମିତି ଅନେକ କ୍ରିକେଟର ଅଛନ୍ତି ଯେଉଁମାନଙ୍କୁ ଅବସର ଘୋଷଣା ପାଇଁ ସୁଯୋଗ ମଧ୍ୟ ମିଳିନାହିଁ । କାରଣ ସେମାନେ ସବୁ କ୍ରିକେଟରେ ସକ୍ରିୟ ଥିଲେ ଓ ସେମାନଙ୍କ ଅଜାଣତରେ ଟିମରୁ ସେମାନଙ୍କର ଅବସର ହୋଇସାରିଥିଲା। ଏଭଳି କ୍ରିକେଟରଙ୍କ ମଧ୍ୟରେ ଗୌତମ ଗମ୍ଭୀର, ବିବିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହେୱାଗ ଓ ଜହିର ଖାନଙ୍କୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି ଯୋଗରାଜ।

ତେବେ ସେମାନଙ୍କର ଏଭଳି ଦଶା ପାଇଁ ସେ ଯେଉଁ କ୍ରିକେଟରଙ୍କୁ ଦାୟି କରୁଛନ୍ତି ତାଙ୍କର କିନ୍ତୁ ନାଁ ନେଇ ନାହାନ୍ତି। ତେବେ ଅସମୟରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ କରାଇବାରେ ଦେଶର ଜଣେ କ୍ରିକେଟର ହିଁ ଦାୟୀ। ଗତ ୧୫ ବର୍ଷ ହେଲା ତାଙ୍କର ଡର୍ଟି ପଲିଟିକ୍ସ କ୍ରିକେଟରଙ୍କ ଜୀବନକୁ ନର୍କ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ ଏବେ ତାଙ୍କର ନାଁ ନେବେ ନାହିଁ । କାରଣ ଆଇସିସି ବିଶ୍ୱକପ୍ କ୍ରିକେଟ ଚାଲିଥିବାରୁ ଏହାର ପ୍ରଭାବ ଟିମ ଉପରେ ପଡିବ ବୋଲି କହିଛନ୍ତି। ତେବେ ବିଶ୍ୱକପ୍ ସରିବା ପରେ ସମ୍ପୃକ୍ତ କ୍ରିକେଟରଙ୍କର ସେ ପୋଲ ଖୋଲିବେ ବୋଲି କହିଛନ୍ତି। ଏଥିରୁ ତାଙ୍କର ଇଙ୍ଗିତ ସିଧା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଡକୁ ଅଙ୍ଗଳି ନିର୍ଦ୍ଦେଶ କରୁଛି। ଏଣୁ ବିଶ୍ୱକପ୍ ପରେ ଯୋଗରାଜ ଧୋନୀଙ୍କ ପୋଲ ଖୋଲିବେ ବୋଲି ଜଣାପଡିଛି।

   Related Posts