Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାଜେନ୍ଦ୍ର ଗୋୟଲଙ୍କ ନିଧନରେ କ୍ରିକେଟ ଜଗତରେ ଶୋକର ଛାୟା : ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇ କରିଥିଲେ ରେକର୍ଡ

22/06/2020 at 4:43 PM

ନୂଆଦିଲ୍ଲୀ ୨୨/୦୬ : ଘରୋଇ କ୍ରିକେଟ୍ର ବରିଷ୍ଠ ଖେଳାଳି ରାଜେନ୍ଦ୍ର ଗୋୟଲଙ୍କ ପରଲୋକ ହୋଇଯାଇଛି | ତାଙ୍କ ନିଧନ ପରେ କ୍ରିକେଟ ଜଗତରେ ଶୋକ ଖେଳି ଯାଇଛି | ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନେକ ଖେଳାଳି ରାଜେନ୍ଦ୍ର ଗୋୟଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ରାଜେନ୍ଦ୍ର ଗୋୟଲ ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ୭୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି | ବିଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା |

କୋହଲି ଟ୍ୱିଟ କରି କହିଛନ୍ତି, ରାଜେନ୍ଦ୍ର ଗୋୟଲଙ୍କ ରୂପରେ ଆମେ କ୍ରିକେଟ ଖେଳ ଜଗତର ଜଣେ ବରିଷ୍ଠ ଖେଳାଳିଙ୍କୁ ହରାଇଛି | ରଣଜୀ ଟ୍ରଫି ଇତିହାସରେ ସର୍ବାଧିକ ୱିକେଟ୍ ନେଇ ସେ ରେକର୍ଡ କରିଥିଲେ ଯାହା ତାଙ୍କ କ୍ୟାରିଅରର ମହତ୍ୱ ଦର୍ଶାଉଛି | ଆମେ ତାଙ୍କ ପରିବାର ପ୍ରତି ଏକଜୁଟାତ ବ୍ୟକ୍ତ କରୁଛି |’

ସଚିନ ଟ୍ୱିଟ କରି ରାଜେନ୍ଦ୍ର ଗୋୟଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ସେ ରାଜେନ୍ଦ୍ର ଗୋୟଲଙ୍କ ଏକ ଫଟୋ ସେୟାର କରି କହିଛନ୍ତି, ରାଜେନ୍ଦ୍ର ଗୋୟଲଙ୍କ ନିଧନ ଖବର ଶୁଣି ସେ ଦୁଃଖି | ସେ ରଣଜୀ କ୍ରିକେଟରେ ୬୦୦ ରୁ ଅଧିକ ୱିକେଟ୍ ନେଇଥିଲେ | ମୁଁ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି |’

ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଭାରତୀୟ କ୍ରିକେଟ ଜଣେ ବରିଷ୍ଠ କ୍ରିକେଟ ହସ୍ତୀଙ୍କୁ ହରାଇଛି | ସେ ନିଜ କଳାରେ କେତେ ମାହିର ଥିଲେ ତାହା ତାଙ୍କ ରେକର୍ଡ ଦର୍ଶାଉଛି | ରାଜେନ୍ଦ୍ର ଗୋୟଲଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବ ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି |

୨୭ ବର୍ଷର କ୍ୟାରିଅରରେ ସେ ଭାରତୀୟ ଟିମରେ ସାମିଲ ହୋଇପାରିନଥିଲେ | ଘରୋଇ କ୍ରିକେଟ କ୍ୟାରିଅରର ୨୪ ବର୍ଷରେ ସେ ହରିୟାଣା ପାଇଁ ୭୫୦ଟି ୱିକେଟ ନେଇଥିଲେ | ହରିୟାଣା ପାଇଁ ଖେଳିବା ଛଡ଼ା ସେ ପଞ୍ଜାବ, ଦିଲ୍ଲୀ ଟିମର ମଧ୍ୟ ପ୍ରତିନିଧିତ୍ବ କରିଥିଲେ | ରାଜେନ୍ଦ୍ର ଗୋୟଲଙ୍କ ନାଁରେ ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରହିଛି | ସେ ରଣଜୀରେ ୬୩୭ଟି ୱିକେଟ୍ ସଂଗ୍ରହ କରିଥିଲେ | ୨୦୧୭ ମସିହାରେ ତାଙ୍କୁ ସି.କେ.ନାଇଡୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା |

   Related Posts