Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କାପାଡିଆ ଅସୁସ୍ଥ, ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି

16/11/2019 at 4:15 PM

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଡିମ୍ପଲ କାପାଡିଆ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିମ୍ପଲ କାପାଡିଆ ନିକଟରେ ତାଙ୍କର ହଲିଉଡ୍ ଫିଲ୍ମ ‘ଟେନାଣ୍ଟ’ ଲାଗି ଚର୍ଚ୍ଚାରେ ଥିଲେ। ହଲିଉଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ବି ଲେଖିଛନ୍ତି। ଏହି ଫିଲ୍ମର ସୁଟିଂ ବେଳେ ଡିମ୍ପଲଙ୍କୁ ଲୋକେ ଗେଟୱେ ଅଫ ଇଣ୍ଡିଆରେ ଦେଖିଥିଲେ। ତେବେ ସେ ଅଚାନକ ହସ୍ପିଟାଲରେ ଭର୍ତ୍ତି ହେବା ତାଙ୍କୁ ଫ୍ୟାନଙ୍କୁ ଚକିତ କରିଛି।

ସେପଟେ ବଲିଉଡ ଗାୟିକା ଲତା ମଙ୍ଗେସ୍କରଙ୍କ ଚିକିତ୍ସା  ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଜାରି ରହିଛି। ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି। ହସ୍ପିଟାଲରେ ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବୁଲେଟିନ ଜାରି କରିଛନ୍ତି। ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଦାନୀ ସେ ନିମୋନିଆ, ହୃଦ ସମସ୍ୟା ଓ ଛାତିରେ ସଂକ୍ରମଣ ଲାଗି ଅସୁସ୍ଥ ହୋଇପଡିଥିଲେ। ଯଦିଓ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି,  ତେବେ ସୁସ୍ଥ ହେବାକୁ ତାଙ୍କୁ ଆହୁରି କିଛି ସମୟ ଲାଗିବ ବୋଲି କହିଛନ୍ତି।

ଡିମ୍ପଲ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଜ୍ୱାଇଁ ତଥା ପ୍ରସିଦ୍ଧ ବଲିଉଡ ଅଭିନେତା ଅକ୍ଷୟକୁମାର ଓ ଝିଅ ଟ୍ୱିଙ୍କଲ ଖନ୍ନା ବି ତାଙ୍କୁ ଦେଖିବାକୁ ଆସିଥିବା ଲୋକେ ସ୍ପଟ କରିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ସବିଶେଷ ଜଣାପଡି ନାହିଁ। ଶନିବାର ମଧ୍ୟ ଟ୍ୱିଙ୍କଲ ତାଙ୍କ ମାଙ୍କୁ ଭେଟିବାକୁ ହସ୍ପିଟାଲ ଆସିଥିବା ଦେଖାଯାଇଛି।

   Related Posts