ପ୍ରଖ୍ୟାତ ବଲିଉଡ୍ ଅଭିନେତା ବିଜୁ ଖୋଟେଙ୍କ ପରଲୋକ, ଫିଲ୍ମ 'ସୋଲେ'ର 'କାଲିଆ' ଭୂମିକା ଲାଗି ମନେ ରହିବେ ଖୋଟେ

Published By : Prameya-News7 Bureau | September 30, 2019 IST

ମୁମ୍ବାଇ : ଫିଲ୍ମ 'ସୋଲେ'ର ଆଇକନିକ କ୍ୟାରେକ୍ଟର 'କାଲିଆ' ଭୂମିକାରେ ଅଭିନୟ କରିଥିବା କଳାକାର ବିଜୁ ଖୋଟେଙ୍କର ସୋମବାର ପରଲୋକ ହୋଇଛି। ୭୮ ବର୍ଷ ଖୋଟେଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲିଉଡ୍ ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମୁମ୍ବାଇର ଗାବଦେବୀସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେବଳ ସୋଲେ ନୁହେଁ 'ଅନ୍ଦାଜ ଆପନା ଆପନା' ସମେତ ଅନେକ ହିନ୍ଦୀ ଓ ମରାଠୀ ଫିଲ୍ମରେ ତାଙ୍କର ଭୂମିକାକୁ ନେଇ ବିଜୁ  ପ୍ରାୟ ଚର୍ଚ୍ଚାରେ ରହିଆସିଛନ୍ତି।   

{"id":164628}

ପାରିବାରିକ ସୂଚନା ଅନୁସାରେ ଅଭିନେତା ବିଜୁଙ୍କର ସ୍ୱାସ୍ଥ୍ୟ ଗତ କିଛିମାସ ହେଲା ଭଲ ନଥିଲା। ସେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ବଲିଉଡ୍ ସମେତ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଅପରାହ୍ଣରେ ମୁମ୍ବାଇରେ ତାଙ୍କର ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ସୋଲେରେ ତାଙ୍କ ସଂଳାପ 'ମୈନେ ଆପକା ନମକ ଖାୟା ହୈ ସରକାର' ଓ ଅନ୍ଦାଜ ଆପନା ଆପନା ରେ ସଂଳାପ 'ଗଲତିସେ ମିଷ୍ଟେକ୍ ହୋଗୟା' ଅନେକ ବର୍ଷ ଧରି ଦେଶର ସିନେ ଦର୍ଶକଙ୍କ ଜିଭ ଅଗରେ ଥିଲା।

{"id":164630}

ତେବେ ଯେଉଁ ଫିଲ୍ମ ଲାଗି ସେ ଇଣ୍ଡଷ୍ଟ୍ରିରେ ପ୍ରତିଷ୍ଠା ଅର୍ଜନ କରିଥିଲେ ସେହି ଭୂମିକା ଲାଗି ପ୍ରଯୋଜକ ସେତେବେଳେ ତାଙ୍କୁ ଯାହା ପାରିଶ୍ରମିକ ପ୍ରଦାନ କରିଥିଲେ ତାହା ହୁଏତ ଆଜିର ଦିନରେ କେହି ବିଶ୍ୱାସ କରିବେ ନାହିଁ। ସୋଲେର କାଲିଆ ଭୂମିକା ଲାଗି ବିଜୁଙ୍କୁ ୨ହଜାର ୫ଶହ ଟଙ୍କା ପାରଶ୍ରମିକ ମିଳିଥିଲା। ତେବେ ହିନ୍ଦୀ ଫିଲ୍ମ ବ୍ୟତୀତ ବିଜୁ ମରାଠୀ ସିନେମାରେ ବି ନିଜ ଲାଗି ସ୍ଥାନଟିଏ ସୃଷ୍ଟି କରିପାରିଥିଲେ। ସେ ତାଙ୍କ ଜୀବନ କାଳରେ ପ୍ରାୟ ୩ଶହଟି ମରାଠି ଫିଲ୍ମରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.