Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କୁମକୁମଙ୍କ ୮୬ବର୍ଷରେ ପରଲୋକ : ବଲିଉଡରେ ଶୋକର ଛାୟା

28/07/2020 at 3:44 PM

ମୁମ୍ବାଇ ୨୮/୭: ଦିଗ୍ଗଜ ଅଭିନେତ୍ରୀ କୁମକୁମଙ୍କ ପରଲୋକ ହୋଇ ଯାଇଛି। ତାଙ୍କୁ ୮୬ବର୍ଷ ହୋଇଥିଲା। ସେ ମଦର ଇଣ୍ଡିଆ,କୋହିନୂର,ଏକ ସପେରା ଏକ ଲୁଟେରା ଏବଂ ନୟା ଦୌର ଭଳି ଫିଲ୍ମରେ କାମ କରିଥିଲେ। କୁମକୁମଙ୍କ ପରଲୋକର ସୂଚନା ଅଭିନେତା ଜନି ଓ୍ବାକରଙ୍କ ପୁଅ ନାସିର ଖାନ୍ ଟ୍ବିଟରରେ ଦେଇଛନ୍ତି। ତାଙ୍କର କିପରି ମୃତ୍ୟୁ ହୋଇଛି ସେ ବିଷୟରେ କିଛି ଜଣା ପଡ଼ିପାରି ନାହିଁ। କୁମକୁମଙ୍କ ପରଲୋକ ପରଠୁ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ନାସିର ଖାନ୍ ଜହ୍ନି ଓ୍ବାକର ଏବଂ କୁମକୁମଙ୍କ ଥ୍ରୋବ୍ୟାକ୍ ଫଟୋ ସେୟାର କରି ଲେଖିଛନ୍ତି ଯେ- ବିଗତ ଦିନର ଫିଲ୍ମ ଅଭିନେତ୍ରୀ କୁମକୁମ ଆଣ୍ଟିଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୬ବର୍ଷ ହୋଇଥିଲା ସେ ବହୁତ ଫିଲ୍ମ, ଗୀତ ଏବଂ ନାଚ କରିଛନ୍ତି। ସେ ପାପା ଜହ୍ନି ଓ୍ବାକରଙ୍କ ବିପକ୍ଷରେ ମଧ୍ୟ ଅନେକ ଫିଲ୍ମ କରିଛନ୍ତି।

ସେହିପରି ନାଭେଦ ଜାଫରି ମଧ୍ୟ ଲେଖିଛନ୍ତି ଯେ ଆମେ ଆଉ ଜଣେ ଦିଗ୍ଗଜଙ୍କୁ ହରାଇଲୁ। ସେ ପିଲାଦିନୁ ତାଙ୍କୁ ଜାଣିଛନ୍ତି। ସେ ଜଣେ ଚମତ୍କାର ଆର୍ଟିଷ୍ଟ୍ ଏବଂ ସୁନ୍ଦର ମଣିଷ ଥିଲେ। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ କୁମକୁମ ଆଣ୍ଟି।

କୁମକୁମ୍ ୧୯୫୪ମସିହାରେ ଫିଲ୍ମ ଆର ପାର ଫିଲ୍ମର କଭି ଆର କଭି ପାର ଲଗା ତୀରେ ନଜରରୁ ଡାନ୍ସର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ରାଜା ଔର ରଙ୍କ,ଗୀତ,ଆଁଖେ ଏବଂ ଲଲକାର ସହ ଅନେକ ସଫଳ ଫିଲ୍ମରେ କାମ କରିଥିଲେ।

କୁମକୁମ୍ ଭୋଜପୁରୀ ଫିଲ୍ମ Ganga Maiyya Tohe Piyari Chadhaibo ରେ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ୧୯୬୩ମସିହାରେ ରିଲିଜ ହୋଇଥିଲା।

   Related Posts