ବରିଷ୍ଠ ଅଭିନେତା କାଦର ଖାନଙ୍କ କାନାଡ଼ାରେ ପରଲୋକ : ଆଫଗାନିସ୍ଥାନରେ ହୋଇଥିଲେ ଜନ୍ମ

Published By : Prameya-News7 Bureau | January 01, 2019 IST

ମୁମ୍ବାଇ ୧/୧: ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ଏବଂ ଲେଖକ କାଦର ଖାନଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ସରଫରାଜ ଖାନ୍ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଏବଂ ଗତ କିଛି ମାସ ହେବ କାନାଡ଼ାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିଛି ଦିନ ତଳେ କାଦର ଖାନଙ୍କ ମୃତ୍ୟୁ ଖବର ଗୁଜବ ପ୍ରଚାରିତ ହୋଇଥିଲା ଯାହାକୁ ତାଙ୍କ ପୁଅ ଖଣ୍ଡନ କରିଛନ୍ତି।

wp:gallery {"ids":[69371]} /wp:gallery

ଗତକାଲି କାନାଡ଼ାର ସମୟ ଅନୁସାରେ ସନ୍ଧ୍ୟା ୬ଟାରେ ତାଙ୍କ ମୃତ୍ୟୁ ହୋଇଛି। ସେ ଦ୍ବିପ୍ରହରରୁ କୋମାରେ ଥିଲେ। ସେ ୧୬-୧୭ସପ୍ତାହରୁ ହସ୍ପିଟାଲରେ ଥିଲେ। କାଦର ଖାନଙ୍କ ଅନ୍ତିମ ସଂସ୍କାର କାନାଡ଼ାରେ ହିଁ କରାଯିବ।

wp:gallery {"ids":[69372]} /wp:gallery

କାଦର ଖାନଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେଉଥିଲା । ତେଣୁ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। କାଦର ଖାନଙ୍କ ଶରୀର ବିଗିଡ଼ିବା ଖବର ମିଳିବା ପରେ ବଲିଉଡ ସେଲିବ୍ରିଟିମାନେ ତାଙ୍କ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିଥିଲେ। ଅମିତାଭ ବଚ୍ଚନ ଟ୍ବିଟ କରିଥିଲେ ,‘କାଦର ଖାନ ଅତ୍ୟନ୍ତ ପ୍ରତିଭାବାନ୍ ଅଭିନେତା ଏବଂ ଲେଖକ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତାଙ୍କ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରୁଛି। ’

wp:gallery {"ids":[69373]} /wp:gallery

କାଦର ଖାନ୍ ୧୯୩୭ମସିହା ଅକ୍ଟୋବର ୨୨ତାରିଖରେ ଆଫଗାନିସ୍ତାନର କାବୁଲ ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୩ମସିହାରେ ‘ଦାଗ’ ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ରାଜେଶ ଖାନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପୂର୍ବରୁ ସେ ରଣଧୀର କପୁର ଏବଂ ଜୟା ବଚ୍ଚନଙ୍କ ଫିଲ୍ମ ‘ଜଓ୍ବାନୀ ଦିଓ୍ବାନୀ’ ଫିଲ୍ମ ପାଇଁ ସମ୍ବାଦ ଲେଖିଥିଲେ। ସେ ଏକ ପଟ୍ଟକଥା ଲେଖକ ଭାବେ ମନମୋହନ ଦେଶାଇ ଏବଂ ପ୍ରକାଶ ମେହେରାଙ୍କ ସହ ଅନେକ ଫିଲ୍ମର କାହାଣୀ ଲେଖିଥିଲେ। ସେ ପାଖାପାଖି ୩୦୦ଟି ଫିଲ୍ମରେ ଅଭିନୟ କରିଥିଲେ ଏବଂ ୨୫୦ରୁ ଅଧିକ ଫିଲ୍ମ ପାଇଁ କାହାଣୀ ଲେଖିଥିଲେ।

wp:gallery {"ids":[69374]} /wp:gallery

କାଦର ଖାନଙ୍କୁ ପ୍ରୋଗ୍ରେସିଭ ସୁପରନ୍ୟୁକ୍ଲିୟର ପାଲସୀ ନାମକ ରୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ସନ୍ତୁଳନ ରଖିବାରେ ଏବଂ ଚାଲିବାରେ ସମସ୍ୟା ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.