Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଙ୍ଗୀୟ ଅଭିନେତ୍ରୀ କୋଏଲ ମଲ୍ଲିକଙ୍କ ସମେତ ବାପା-ମା ଏବଂ ସ୍ବାମୀ କରୋନା ପଜିଟିଭ : ୨ମାସ ତଳେ ପୁତ୍ର ସନ୍ତାନକୁ ଦେଇଥିଲେ ଜନ୍ମ

11/07/2020 at 2:42 PM

କୋଲକାତା ୧୧/୭: ବଙ୍ଗଳା ଫିଲ୍ମର ଦିଗ୍ଗଜ ଅଭିନେତା ରଞ୍ଜିତ ମଲ୍ଲିକ ଏବଂ ତାଙ୍କ ଝିଅ ଅଭିନେତ୍ରୀ କୋୟଲ୍ ମଲ୍ଲିକ ପରିବାର ସମେତ ସମସ୍ତେ କରୋନାରେ ସଂକ୍ରମିତ ହୋଇଛନ୍ତି। କୋୟଲ୍ ଟ୍ବିଟରେ ଏହି କଥାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପରିବାରରେ ତାଙ୍କ ବାପା-ମାଆ ଏବଂ ସ୍ବାମୀ ନିଶପାଲ ସିଂହ ଓରଫ ରାଣେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛି।

ରଞ୍ଜିତ,କୋୟଲ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ଗତ ଦୁଇ ସପ୍ତାହରୁ କରୋନାର ଲକ୍ଷଣ ନଜର ଆସିଥିଲା। ତାଙ୍କୁ ଶୁଖିଲା କାଶ ଏବଂ ନିଃଶ୍ବାସ ନେବାରେ ଅସୁବିଧା ଭଳି ସମସ୍ୟା ହୋଇଥିଲା। ଅଧିକ ବିଳମ୍ବ ନକରି ତାଙ୍କ ପରିବାର ନିଜ ସ୍ୟାମ୍ପଲ୍ ଲାବେରୋଟୋରିକୁ ଦେଇଥିଲେ ଏବଂ ଶୁକ୍ରବାର ତାଙ୍କ ରିପୋର୍ଟ ଆସିଥିଲା। ରିପୋର୍ଟରେ କରୋନା ପଜିଟିଭ ଆସିବା ପରେ କୋୟଲ ମଲ୍ଲିକ ଟ୍ବିଟ୍ କରି ନିଜ ପ୍ରଶଂସକ ଏବଂ ଜଣାଶୁଣାଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେମାନେ କୋଭିଡ-୧୯​‌ରେ ସଂକ୍ରମିତ ଥିବା ଜଣା ପଡ଼ିଛନ୍ତି ଏବଂ ଏବେ ସେଲ୍ଫ କ୍ବାରେଣ୍ଟାଇନରେ ଅଛନ୍ତି।

କୋୟଲ୍ ମେ ମାସରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଡେଲିଭରି ପରେ ସେ ନିଜ ବାପା-ମାଆଙ୍କ ସହ ରହି ଆସୁଥିଲେ। ସେ ଏ ବିଷୟରେ ଟ୍ବିଟ୍ କରି ସୂଚନା ଦେଇଥିଲେ। ସେ ଲେଖିଥିଲେ ଯେ-‘ଆମର ଏଠାରେ ନୂଆ ଅତିଥି ଆସିଛନ୍ତି। ଆମେ ନିଜ ଖୁସି ଆପଣଙ୍କ ସହ ବାଣ୍ଟିବାକୁ ଚାହୁଁଛୁ ଏବଂ ନିଜ ପୁଅ ପାଇଁ ଆପଣଙ୍କ ଆଶୀର୍ବାଦ ଚାହୁଁଛୁ।’

କୋୟଲ ମଲ୍ଲିକଙ୍କୁ ଫିଲ୍ମ ଘରେ ଏଣ୍ଡ ବାୟରେ,ଛାୟା ଓ ଛୋବି,ଶୁଭୋଦୃଷ୍ଟି ଏବଂ ହେମଲକ୍ ସୋସାଇଟି ଭଳି ଫିଲ୍ମରେ ନିଜ ପରଫର୍ମାନ୍ସ ପାଇଁ ଜଣା ଯାଆନ୍ତି। ବଙ୍ଗଳା ସିନେମାରେ କୋୟଲ ମଲ୍ଲିକ ଜଣେ ଜଣାଶୁଣା ଅଭିନେତ୍ରୀ।

   Related Posts