Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପ୍ରସିଦ୍ଧ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ କରୋନା : ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ

11/10/2020 at 3:48 PM

ମୁମ୍ବାଇ ୧୧/୧୦: ଦିଗ୍ଗଜ ବଙ୍ଗାଳୀ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀ କୋଲକାତାର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଅଛନ୍ତି। ତାଙ୍କର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ୮୫ବର୍ଷ ବୟସ୍କ ସୌମିତ୍ର ଅର୍ଦ୍ଧ-ଚେତନ ଅବସ୍ଥାରେ ଅଛନ୍ତି। ତାଙ୍କ ଅମ୍ଳଜାନ ସ୍ତର ନର୍ମାଲ୍ ହୋଇଯାଇଛି। ମଙ୍ଗଳବାର ତାଙ୍କୁ ଯେତେବେଳେ ହସ୍ପିଟାଲକୁ ଅଣା ଯାଇଥିଲା ସେତେବେଳେ ତାଙ୍କ ଅକ୍ସିଜେନ୍ ସ୍ତର ଖୁବ୍ କମ୍ ଥିଲା। ସୌମିତ୍ରଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଥିଲା।

ଡାକ୍ତରଙ୍କ କହିବା ଅନୁସାରେ ସୌମିତ୍ରଙ୍କ ସୋଡିୟମ୍ ସ୍ତର ଠିକ୍ ରହିଛି, କିନ୍ତୁ ପୋଟାସିୟମ୍ ସ୍ତର କମ୍ ରହିଛି ଯେଉଁଥିରେ ସୁଧାର କରିବାକୁ ଉଦ୍ୟମ କରାଯାଉଛି। ତାଙ୍କ ଅକ୍ସିଜେନ୍ ସ୍ତରକୁ ସାମାନ୍ୟ କରି ନିଆଯାଇଛି ଏବଂ ତାଙ୍କୁ ଜ୍ବର ମଧ୍ୟ ନାହିଁ। କିନ୍ତୁ ସେ ଏବେ ବି ହାଇ ରିସ୍କ ଜୋନରେ ଅଛନ୍ତି।

ହସ୍ପିଟାଲର ଡାକ୍ତର ୨୪ଘଣ୍ଟା ସୌମିତ୍ରଙ୍କ ଦେଖାଶୁଣା କରୁଛନ୍ତି। ଦେହ ଅସୁସ୍ଥ ହେବା ପରେ ତାଙ୍କୁ ଶୁକ୍ରବାର ଆଇସିୟୁରେ ପଠାଯାଇଥିଲା।

ସୌମିତ୍ର ଚାଟାର୍ଜୀଙ୍କୁ ଖାସ୍ କରି ଓସ୍କାର ଓ୍ବିନିଂ ଡାଇରେକ୍ଟର ସତ୍ୟଜିତ ରାୟଙ୍କ ସହ କୋଲାବରେସନ୍ ପାଇଁ ଜଣା ଯାଇଥାଏ। ଦୁହେଁ ଏକାଠି ୧୪ଟି ଫିଲ୍ମରେ କାମ କରିଥି​‌ଲେ। ଏହି ବଙ୍ଗଳା ଫିଲ୍ମଗୁଡ଼ିକ ହେଲା-‘ଅପୂର ସଂସାର,ଦେବୀ,ତିନ କନ୍ୟା,ଅଭିଜନ,ଚାରୁଲତା,କୁପୁରୁଷ,ଅରଂୟେର ଦିନ ରାତ୍ରି,ଅଶନି ସଙ୍କେତ,ସୋନାର କେଲା,ଜୟ ବାବା ଫେଲୁନାଥ,ହୀରକ ରାଜାର ଦେଶେ,ଘରେ ବାଇରେ,ଗଣଶତ୍ରୃ ଏବଂ ଶାଖା ପ୍ରଶାଖା।

ସେ ନିଜ କ୍ୟାରିୟରରେ ପାଖାପାଖି ୧୦୦ଟି ଫିଲ୍ମରେ କାମ କରିଛନ୍ତି,ଯେଉଁଥିରେ ୨ଟି ହିନ୍ଦୀ ଫିଲ୍ମ ନିରୁପମା ଏବଂ ହିନ୍ଦୁସ୍ତାନୀ ସିପାହୀ। ସେ ହିନ୍ଦୀରେ ସ୍ତ୍ରୀ କା ପତ୍ର ନାମକ ଫିଲ୍ମର ନିର୍ଦେଶନା ଦେଇଛନ୍ତି।

   Related Posts